ଓଡିଶା

odisha

INDIA CORONA: ଲଗାତର ହ୍ରାସ ସହ ୨୪ ଘଣ୍ଟାରେ 7,579 ଆକ୍ରାନ୍ତ ଚିହ୍ନଟ

By

Published : Nov 23, 2021, 12:14 PM IST

ଦେଶରେ କୋରୋନା ମାମଲାରେ ଲଗାତର ହ୍ରାସ ରେକର୍ଡ କରାଯାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 7 ହଜାର 579 ନୂଆ ସଂକ୍ରମିତ ଚିହ୍ନଟ ହୋଇଛି । ଯାହା 543 ଦିନ ମଧ୍ୟରେ ସର୍ବନିମ୍ନ । ଅଧିକ ପଢନ୍ତୁ

କୋରୋନା ମାମଲାରେ ଲଗାତର ହ୍ରାସ, ୨୪ ଘଣ୍ଟାରେ 7,579 ଆକ୍ରାନ୍ତ ଚିହ୍ନଟ
କୋରୋନା ମାମଲାରେ ଲଗାତର ହ୍ରାସ, ୨୪ ଘଣ୍ଟାରେ 7,579 ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କୋରୋନା ମାମଲାରେ ଲଗାତର ହ୍ରାସ ରେକର୍ଡ କରାଯାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 7 ହଜାର 579 ନୂଆ ସଂକ୍ରମିତ ଚିହ୍ନଟ ହୋଇଛି । ଯାହା 543 ଦିନ ମଧ୍ୟରେ ସର୍ବନିମ୍ନ ଅଟେ । ଏହାସହ 236 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏପଟେ ପଜିଟିଭ ମାମଲା କମିବା ସହ ସୁସ୍ଥ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗୋଟିଏ ଦିନରେ ଦେଶରୁ ମୋଟ 12 ହଜାର 202 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 45 ଲକ୍ଷ 26 ହଜାର 480 ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 66 ହଜାର 147ରେ ପହଞ୍ଚିଛି । ଦେଶରେ ମୋଟ 1 ଲକ୍ଷ 13 ହଜାର 584 ଟି ସକ୍ରିୟ ମାମଲା ରହିଛି, ଯାହାକି 536 ଦିନ ମଧ୍ୟରେ ସର୍ବନିମ୍ନ ଅଟେ ।

ଅନ୍ୟପଟେ ଦେଶବ୍ୟାପୀ ଏପର୍ଯ୍ୟନ୍ତ 1,17,63,73,499 ଟୀକାକରଣ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

@ANI

ABOUT THE AUTHOR

...view details