ଓଡିଶା

odisha

ETV Bharat / bharat

India Corona: ତଳମୁହାଁ କୋରୋନା ଗ୍ରାଫ, ଦିନକରେ ୭୧୭୧ ନୂଆ ସଂକ୍ରମିତ

ଖସୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମାତ୍ର ୭ହଜାର ୧୭୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

By

Published : Apr 29, 2023, 11:00 AM IST

India Corona
India Corona

ନୂଆଦିଲ୍ଲୀ:ଦେଶରେ ତଳମୁହାଁ କୋରୋନା ସଂକ୍ରମଣ । ଲଗାତାର କିଛି ଦିନ ହେବ ଦୈନିକ ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି । ୧୨ ହଜାର ଉପରେ ଥିବା ସଂକ୍ରମଣ ମାମଲା ଏବେ ୮ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମାତ୍ର ୭ହଜାର ୧୭୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି(ଶୁକ୍ରବାର) ଏହି ସଂଖ୍ୟା ୭ ହଜାର ୫୩୩ ରହିଥିଲା । ଏହାକୁ ମିଶାଇ ଦେଶରେ ଆକ୍ଟିଭ କେସ୍ ୫୧ ହଜାର ୩୧୪ରେ ପହଞ୍ଚିଛି । ସେହିପରି ଦିନକରେ ୨୫ ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଯାହାଫଳରେ ଭାରତରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୩୧,୫୦୮କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ, ବର୍ତ୍ତମାନ ଦେଶରେ ୫୧ ହଜାର ୩୧୪ ଆକ୍ଟିଭ କେସ୍ ରହିଛି । ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି । ଆଜି ମୃତ୍ୟୁବରଣ କରିଥିବା ୨୫ଜଣଙ୍କ ମଧ୍ୟରୁ ୧୫ଜଣ କେରଳର ବୋଲି ଜଣାପଡିଛି । ଦିନକରେ ଆଉ 9 ହଜାର ୬୬୯ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ଏବେ ଦେଶରେ ସୁସ୍ଥ ସଂଖ୍ୟା ୪,୪୩,୫୬,୬୯୩କୁ ବୃଦ୍ଧି ପାଇଛି । ଦୈନିକ ପଜିଟିଭ ଏବଂ ସାପ୍ତାହିକ ପଜିଟିଭ ରେଟ୍ ଖସିଛି । ସେହିପରି ଭାରତରେ କୋରୋନା ସୁସ୍ଥତା ହାର ୯୮.୭୦ ପ୍ରତିଶତ ଅଛି । ଅନ୍ୟପଟେ ୧ଲକ୍ଷ ୯୪ ହଜାର ୧୩୪ଜଣଙ୍କ କୋରୋନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୭ ହଜାର ୧୭୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ମନ୍ତ୍ରଣାଳୟ ୱେବସାଇଟ ଅନୁଯାୟୀ, କୋରୋନା ଟୀକାକରଣ ଆରମ୍ଭରୁ ଅଦ୍ୟାବିଧି ୨୨୦.୬୬ ଡୋଜ ଦିଆଯାଇଛି । ତାହାମଧ୍ୟରୁ ୯୫.୨୧ କୋଟି ଦ୍ବିତୀୟ ଡୋଜ ରହିଥିବାବେଳେ ୨୨.୮୭ କୋଟି ଲୋକେ ବୁଷ୍ଟର ଡୋଜ ନେଇଛନ୍ତି । ଗତ ୨୪ ଘଣ୍ଟାରେ ୩ ହଜାର ୮୭୫ ଜଣ କୋରୋନା ଟିକା ନେଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ଦିନର ବ୍ୟବଧାନ ପରେ ଦେଶରେ ହୁହୁ ହୋଇ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଥିଲା । ଦୈନିକ ସଂକ୍ରମଣ ୧୨ ହଜାରରେ ପହଞ୍ଚି ଥିଲା । ଯେଉଁ କାରଣରୁ ସମସ୍ତଙ୍କ ମଧ୍ୟରେ ଚତୁର୍ଥ ଲହର ଭୟ ସୃଷ୍ଟି ହୋଇଥିଲା । ଏବେ ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ଏହା ଏକ ଆଶ୍ବସ୍ତିକର ବିଷୟ କହିଲେ ଅତ୍ୟୁକ୍ତି ହେବ ନାହିଁ । କିନ୍ତୁ କେରଳରେ ସଂକ୍ରମିତଙ୍କ ସଂଖ୍ୟା ସହ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି କେରଳରୁ ୧୫ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details