ଓଡିଶା

odisha

INDIA CORONA: ଦିନକରେ 6987 ଆକ୍ରାନ୍ତ ଚିହ୍ନଟ, ଓମିକ୍ରନ ମାମଲା 422

By

Published : Dec 26, 2021, 10:03 AM IST

ଭାରତରେ ନିୟନ୍ତ୍ରଣାଧୀନ ରହିଛି ମହାମାରୀ । ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ 6,987 ନୂଆ ସଂକ୍ରମିତ । ହେଲେ ଦିନକୁ ଦିନ ବୃଦ୍ଧି ପାଉଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଅଧିକ ପଢନ୍ତୁ

INDIA CORONA: ଦିନକରେ 6,987 ଆକ୍ରାନ୍ତ ଚିହ୍ନଟ, ଓମିକ୍ରନ ମାମଲା 422
INDIA CORONA: ଦିନକରେ 6,987 ଆକ୍ରାନ୍ତ ଚିହ୍ନଟ, ଓମିକ୍ରନ ମାମଲା 422

ନୂଆଦିଲ୍ଲୀ:ଦେଶରେ କୋରୋନା ମାମଲାରେ ହ୍ରାସ ବୃଦ୍ଧି ଲାଗି ରହିଛି । ଭାରତରେ ଦୈନିକ ସଂକ୍ରମଣ(India daily corona positive) 10 ହଜାର ତଳେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 6,987 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି 7,091ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଦିନକରେ 162ଟି ମୁଣ୍ଡ ନେଇଛି କିଲର ଭାଇରସ । ଦେଶରେ ଦୈନିକ ସଂକ୍ରମଣ ହାର ତଳମୁହାଁ ରହିଥିଲେ ହେଁ ଓମିକ୍ରନ ମାମଲା ବଢି ଚାଲିଛି । ଏବେ ସୁଦ୍ଧା ଭାରତରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା 422ରେ ପହଞ୍ଚିଛି ।

ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ୍ 3,42,30,354 ଜଣ କୋରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି । ହେଲେ ମୃତ୍ୟୁସଂଖ୍ୟା ବଢିବା ସହ ଦେଶରେ ମୋଟ କୋରୋନା ଜନିତ ମୃତକଙ୍କ ସଂଖ୍ୟା 4,79,682ରେ ପହଞ୍ଚିଛି । ସେହିପରି ବର୍ତ୍ତମାନ 76,766ଟି ସକ୍ରିୟ ମାମଲା ରହିଛି ।

ଓମିକ୍ରନ ସଂକ୍ରମଣ ମଧ୍ୟରେ ଦେଶରେ ଟୀକାକରଣ ମଧ୍ୟ ଦ୍ରୁତଗତିରେ ଜାରି ରହିଛି । ଲୋକଙ୍କୁ ଯଥାସମ୍ଭବ ଉଭୟ ଡୋଜ୍ ଟିକା ଦେବାକୁ ପ୍ରଚେଷ୍ଟା ଚାଲିଛି । ଯାହାଫଳରେ ବର୍ତ୍ତମାନ ଦେଶରେ ମୋଟ ଟୀକାକରଣ 141.37କୁ ବୃଦ୍ଧି ପାଇଛି ।

@ANI

ABOUT THE AUTHOR

...view details