ଓଡିଶା

odisha

ETV Bharat / bharat

ଦେଶରେ ଦିନକରେ 68 ହଜାର ନୂଆ ସଂକ୍ରମିତ, 291 ଆକ୍ରାନ୍ତ ମୃତ - ଦେଶରେ କୋରୋନା ସଂକ୍ରମଣ

ଦେଶରେ ଭୟଙ୍କର ହେଉଛି କୋରୋନା ସ୍ଥିତି । ଦୈନିକ 60 ହଜାର ଉପରେ ଚିହ୍ନଟ ହେଉଛନ୍ତି ନୂତନ ସଂକ୍ରମିତ । ଗୋଟିଏ ଦିନରେ ଆଜି 68 ହଜାର ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

ଦିନକରେ 68 ହଜାର ନୂଆ ସଂକ୍ରମିତ,291 ଆକ୍ରାନ୍ତ ମୃତ
ଦିନକରେ 68 ହଜାର ନୂଆ ସଂକ୍ରମିତ,291 ଆକ୍ରାନ୍ତ ମୃତ

By

Published : Mar 29, 2021, 10:59 AM IST

ନୂଆଦିଲ୍ଲୀ: ଦେଶରେ ପୁଣି ମାରାତ୍ମକ ହେଉଛି କୋରୋନା ସଂକ୍ରମଣ । ଭୟଙ୍କର ଭାବେ ମାଡି ଚାଲିଛି ଭାଇରସ । ଗତ ଦୁଇ ଦିନ ଧରି ଦେଶରେ 62 ହଜାର ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି 68 ହଜାର ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ସେହିପରି ଗତ 24 ଘଣ୍ଟା ମଧ୍ୟରେ 291 ଆକ୍ରାନ୍ତଙ୍କ ଜୀବନ ଯାଇଛି ।

ଆଜିର ଏହି ରିପୋର୍ଟ ପରେ ଦେଶରେ ମୋଟ ସଂକ୍ରମିତ ମାମଲା 1 କୋଟି 20 ଲକ୍ଷ 39 ହଜାର 644 ରେ ପହଞ୍ଚିଛି । ବର୍ତ୍ତମାନ ସକ୍ରିୟ ମାମଲା 5 ଲକ୍ଷ 21 ହଜାର 808 କୁ ବୃଦ୍ଧି ପାଇଛି । ସେହିପରି କୋରୋନାରେ ମୋଟ ମୃତ୍ୟୁ ସଂଖ୍ୟା 1ଲକ୍ଷ 61 ହଜାର 843ରେ ପହଞ୍ଚିଛି । ଆଜି କୋରୋନାରୁ 32 ହଜାର 231 ଜଣ ସୁସ୍ଥ ହେବା ପରେ ମୋଟ ସୁସ୍ଥ ସଂଖ୍ୟା 1 କୋଟି 13 ଲକ୍ଷ 55 ହଜାର 993 କୁ ଛୁଇଁଛି ।

ଦେଶରେ 84.5 ପ୍ରତିଶତ ମାମଲା କେବଳ ମହାରାଷ୍ଟ୍ର, କର୍ଣ୍ଣାଟକ, ପଞ୍ଜାବ, ମଧ୍ୟପ୍ରଦେଶ, ଗୁଜୁରାଟ, କେରଳ ଓ ତାମିଲନାଡୁ ଓ ଛତିଶଗଡରୁ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ର, କେରଳ , ପଞ୍ଜାବ, କର୍ଣ୍ଣାଟକ ଓ ଛତିଶଗଡରେ ସକ୍ରିୟ ମାମଲା 80 ପ୍ରତିଶତରେ ପହଞ୍ଚିଛି ।

ସୂଚନାଯୋଗ୍ୟ, ଦେଶରେ କୋରୋନା ବିରୁଦ୍ଧରେ ଟୀକାକରଣ ଆରମ୍ଭ ହୋଇଯାଇଛି । ଜାନୁଆରୀ 16 ରୁ ଦେଶବ୍ୟାପୀ ସର୍ବବୃହତ ଟୀକାକରଣ ଆରମ୍ଭ କରାଯାଇଥିଲା । ଟୀକାକରଣରେ କୋଭାକ୍ସିନ ଓ କୋଭିସିଲ୍ଡକୁ ବ୍ୟବହାର କରାଯାଉଛି । ଟୀକାକରଣର ଦ୍ବିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମସ୍ତ ନେତାମନ୍ତ୍ରୀ ଟିକା ନେଇସାରିଛନ୍ତି ।

@ANI

ABOUT THE AUTHOR

...view details