ନୂଆଦିଲ୍ଲୀ:ଭାରତରେ କୋରୋନା ସଂକ୍ରମଣରେ ହ୍ରାସ ବୃଦ୍ଧି ଲାଗି ରହିଛି । ଦେଶରେ ଓମିକ୍ରନ(omicron ) କାୟା ମେଲାଉଥିଲେ ମଧ୍ୟ ଦୈନିକ ପଜିଟିଭ ମାମଲା(daily india covid report ) ୧୦ ହଜାର ତଳେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମାତ୍ର ୬,୩୫୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୬,୪୫୦ ଜଣ ସୁସ୍ଥ(recovery) ହୋଇଛନ୍ତି । ବର୍ତ୍ତମାନ ଦେଶର କୋରୋନା ସୁସ୍ଥହାର ୯୮.୪୦ ପ୍ରତିଶତ ରହିଛି ।
INDIA CORONA: ୬,୩୫୮ ନୂଆ ସଂକ୍ରମିତ, ଓମିକ୍ରନ ମାମଲା ୬୫୩କୁ ବୃଦ୍ଧି - ଭାରତ କୋରୋନା ଡାଟା
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬,୩୫୮ ଜଣ ନୂଆ ସଂକ୍ରମିତ ଚିହ୍ନଟ । ୬୫୩ରେ ପହଞ୍ଚିଲା ମୋଟ ଓମିକ୍ରନ ମାମଲା । ଅଧିକ ପଢନ୍ତୁ
ସେପଟେ ଭାରତରେ ଦିନକୁ ଦିନ ମାଡି ଚାଲିଛି ଓମିକ୍ରନ । ବର୍ତ୍ତମାନ ସୁଦ୍ଧା ନୂଆ ଭାରିଆଣ୍ଟ ମାମଲା ୬୫୩ରେ ପହଞ୍ଚିଛି । ସେଥିମଧ୍ୟରୁ ମହାରାଷ୍ଟ୍ରରୁ ମୋଟ ୧୬୭ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଦିଲ୍ଲୀରେ ୧୬୫, କେରଳରେ ୫୭, ତେଲେଙ୍ଗାନାରେ ୫୫, ଗୁଜୁରାଟରେ ୪୯, ରାଜସ୍ଥାନରେ ୪୬, ତାମିଲନାଡୁରେ ୩୪, କର୍ଣ୍ଣାଟକରେ ୩୧, ମଧ୍ୟପ୍ରଦେଶରେ ୯, ଓଡିଶାରେ ୮, ଆନ୍ଧ୍ରପ୍ରଦେଶରେ ୬, ପଶ୍ଚିମବଙ୍ଗରେ ୬, ହରିୟାଣାରେ ୪, ଉତ୍ତରାଖଣ୍ଡରେ ୪, ଚଣ୍ଡୀଗଡରେ ୩, ଜାମ୍ମୁ-କାଶ୍ମୀରରେ ୩, ଉତ୍ତରପ୍ରଦେଶରେ ୨, ଗୋଆରୁ ୧, ହିମାଚଳପ୍ରଦେଶରୁ ୧, ଲଦାଖରୁ ୧ ଏବଂ ମଣିପୁରରୁ ଗୋଟିଏ ପଜିଟିଭ ପ୍ରକାଶ ପାଇଛି ।
@ANI