ନୂଆଦିଲ୍ଲୀ: ଦେଶରେ ଲହରୀ ଭାଙ୍ଗୁଛି ସଂକ୍ରମଣ । ଦୀର୍ଘ ଦିନର ବ୍ୟବଧାନ ପରେ ଦେଶରେ ଦୈନିକ ସଂକ୍ରମଣ 60 ହଜାର ପାର କରିଛି। ଯାହାକି ପୁଣି ଥରେ ଲୋକଙ୍କ ମନରେ ଭୟ ସଞ୍ଚାର କରିଛି। ତେବେ କୋରୋନାର ଏହି ଦ୍ବିତୀୟ ଲହରୀ ପ୍ରଥମ ଠାରୁ ବେଶ ଭୟଙ୍କର। ବର୍ତ୍ତମାନ ଟିକା ଆସିସାରିଥିବା ବେଳେ ସଚେତନତା ପାଇଁ ସରକାର ଲୋକଙ୍କୁ ବାରମ୍ବାର ଅପିଲ କରୁଛନ୍ତି।
ଦେଶରେ ଦିନକରେ କୋରୋନା ସଂକ୍ରମଣ 62 ହଜାର ପାର, 312 ମୃତ - corona positive
ଆଜି ଗୋଟିଏ ଦିନରେ ଦେଶରୁ 62,714 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। 312 ଜଣ କୋରୋନାରେ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି। ଅଧିକ ପଢନ୍ତୁ...
24 ଘଣ୍ଟାରେ ଦେଶରୁ 62,714 କୋରୋନା ସଂକ୍ରମିତ ଚିହ୍ନଟ, 312 ମୃତ
ସୂଚନା ଥାଉକି, ଆଜି ଗୋଟିଏ ଦିନରେ ଦେଶରୁ 62,714 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ 28,739 ଜଣ ମେଡିକାଲରୁ ଡିସଚାର୍ଜ ସହ 312 ଜଣ କୋରୋନାରେ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି।
ବର୍ତ୍ତମାନ ଦେଶରେ 1,19,71,624 ମାମଲା ରହିଥିବା ବେଳେ 1,13,23762 ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏହାସହ ସକ୍ରିୟ ମାମଲା 4,86,310 ରହିଥିବା ବେଳେ ମୃତ୍ୟୁସଂଖ୍ୟା 1,61,552ରେ ପହଁଞ୍ଚିଛି। ସରକାରୀ ତଥ୍ୟ ଅନୁସାରେ 6,02,69,782 ଲୋକଙ୍କୁ ଏବେ ସୁଦ୍ଧା ଟୀକାକରଣ କରାଯାଇଛି।