ଓଡିଶା

odisha

By

Published : Aug 5, 2021, 10:19 AM IST

ETV Bharat / bharat

India Corona: 42982 ନୂଆ ସଂକ୍ରମିତ ଚିହ୍ନଟ, 533 ମୃତ

ଗତ 24 ଘଣ୍ଟା ମଧ୍ୟରେ ଦେଶରୁ 42 ହଜାର 982 କୋରୋନା ଆକ୍ରାନ୍ତ ଚିହ୍ନଟ, 533 ମୃତ । ଅଧିକ ପଢନ୍ତୁ...

India Corona: 42982 ନୂଆ ସଂକ୍ରମିତ ଚିହ୍ନଟ, 533 ମୃତ
India Corona: 42982 ନୂଆ ସଂକ୍ରମିତ ଚିହ୍ନଟ, 533 ମୃତ

ନୂଆଦିଲ୍ଲୀ: 40 ହଜାର ଟ୍ରେଣ୍ଡରୁ କମୁନି ସଂକ୍ରମଣ । ଗୋଟିଏ କି ଦୁଇଦିନ 30 ହଜାର ପରେ ପୁଣି ଏବେ 42 ହଜାର ଟ୍ରେଣ୍ଡରେ କୋରୋନା ଗ୍ରାଫ । ପୁଣି ଗତ 24 ଘଣ୍ଟା ମଧ୍ୟରେ ଦେଶରୁ 42 ହଜାର 982 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଥିବାବେଳେ 533 ଜଣଙ୍କ ମୃତ୍ୟୁ ଘଟିଛି ।

ସେହିପରି ଦିନକରେ 41 ହଜାର 726 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁଯାୟୀ ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 18 ଲକ୍ଷ 12 ହଜାର 114ରେ ପହଞ୍ଚିଛି । 3 କୋଟି 9 ଲକ୍ଷ 74 ହଜାର 748 ଜଣ ସୁସ୍ଥହୋଇ ଘରକୁ ଫେରି ଥିବାବେଳେ 4 ଲକ୍ଷ 11 ହଜାର 76 ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ବର୍ତ୍ତମାନ ସୁଦ୍ଧା କୋରୋନା କବଳରେ ଦେଶର 4 ଲକ୍ଷ 26 ହଜାର 209 ଜଣଙ୍କ ମୃତ୍ୟୁ ଘଟିଛି । 48 କୋଟି 93 ଲକ୍ଷ 42 ହଜାର 295 ଜଣଙ୍କ ଟୀକାକରଣ ସରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details