ଓଡିଶା

odisha

ETV Bharat / bharat

INDIA CORONA: ୯୧ ଦିନ ପରେ ସର୍ବନିମ୍ନ ୪୨,୬୮୦ କୋରୋନା ଆକ୍ରାନ୍ତ ଚିହ୍ନଟ - କୋରୋନା ଅପଡେଟ

ଦେଶରେ ଏବେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ । ଦୀର୍ଘ ୯୧ ଦିନ ପରେ ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ସବୁଠାରୁ କମ ରେକର୍ଡ ହୋଇଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୨,୬୮୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

INDIA CORONA: ୯୧ ଦିନ ପରେ ସର୍ବନିମ୍ନ ୪୨,୬୮୦ କୋରୋନା ଆକ୍ରାନ୍ତ ଚିହ୍ନଟ
INDIA CORONA: ୯୧ ଦିନ ପରେ ସର୍ବନିମ୍ନ ୪୨,୬୮୦ କୋରୋନା ଆକ୍ରାନ୍ତ ଚିହ୍ନଟ

By

Published : Jun 22, 2021, 10:51 AM IST

ନୂଆଦିଲ୍ଲୀ: ଦେଶରେ ଏବେ ତଳମୁହାଁ କୋରୋନା ଗ୍ରାଫ୍ । ଦୀର୍ଘ ୯୧ ଦିନ ପରେ ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ସବୁଠାରୁ କମ ରେକର୍ଡ ହୋଇଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ ହଜାରରୁ କମ୍ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧୬୭ ଜଣଙ୍କ ମୃତ୍ୟୁ ହୋଇଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୪୨,୬୮୦ ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୯ ଲକ୍ଷ ୭୭ ହଜାର ୮୬୧ରେ ପହଞ୍ଚିଛି । ସେହିପରି ଗତ 24 ଘଣ୍ଟାରେ 1,167 ଜଣଙ୍କ ମୃତ୍ୟୁ ହୋଇ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୮୯ ହଜାର ୩୦୨ ରେ ପହଞ୍ଚିଛି ।

ଏହା ସହ ଦିନକରେ 81 ହଜାର 839 ଜଣ ସୁସ୍ଥ ହୋଇ ସମୁଦାୟ ଆରୋଗ୍ୟ ସଂଖ୍ୟା ୨ କୋଟି ୮୯ ଲକ୍ଷ ୨୬ ହଜାର ୦୩୮ରେ ପହଁଚିଛି। ଦେଶରେ ଏବେ 6 ଲକ୍ଷ 62 ହଜାର 521 ଟି ସକ୍ରିୟ ମାମଲା ରହିଛି । ତେବେ, ଏପର୍ଯ୍ୟନ୍ତ 28 କୋଟି 87 ଲକ୍ଷ 66 ହଜାର 201 ଟୀକାକରଣ କରାଯାଇଛି ।

@ ANI

ABOUT THE AUTHOR

...view details