ଓଡିଶା

odisha

By

Published : Jul 25, 2021, 10:58 AM IST

ETV Bharat / bharat

INDIA CORONA REPORT: ଦିନକରେ 39742 ଚିହ୍ନଟ, 535 ମୃତ

ପୁଣି ଦିନକରେ 39 ହଜାର 742 କୋରୋନା ଆକ୍ରାନ୍ତ ଚିହ୍ନଟ, 535 ମୃତ । ଅଧିକ ପଢନ୍ତୁ...

INDIA CORONA REPORT:ଦିନକରେ 39742ଚିହ୍ନଟ, 535 ମୃତ
INDIA CORONA REPORT:ଦିନକରେ 39742ଚିହ୍ନଟ, 535 ମୃତ

ନୂଆଦିଲ୍ଲୀ: ପୁଣି ଦିନକରେ 39 ହଜାର 742 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଥିବାବେଳେ 535 ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି 39 ହଜାର 972 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁଯାୟୀ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୧୩ ଲକ୍ଷ 71 ହଜାର 901ରେ ପହଞ୍ଚିଛି । 3 କୋଟି 5 ଲକ୍ଷ 43 ହଜାର 138 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ବର୍ତ୍ତମାନ ସୁଦ୍ଧା କୋରୋନା କବଳରେ ଦେଶରୁ 4 ଲକ୍ଷ 20 ହଜାର 521 ଜଣଙ୍କ ପ୍ରାଣ ଯାଇଛି ଏବଂ 4 ଲକ୍ଷ 8 ହଜାର 212 ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ମୋଟ 43 କୋଟି 31 ଲକ୍ଷ 50 ହଜାର 864 ଜଣଙ୍କୁ ଟୀକାକରଣ ସରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details