ଓଡିଶା

odisha

ETV Bharat / bharat

INDIA CORONA: ପୁଣି ବଢିଲା, ୨୪ ଘଣ୍ଟାରେ 37,593 ଆକ୍ରାନ୍ତ ଚିହ୍ନଟ

ଦୁଇ ଦିନର ହ୍ରାସ ପରେ ଆଜି ପୁଣି ବଢିଲା ସଂକ୍ରମଣ । ଗତ ୨୪ ଘଣ୍ଟାରେ 37 ହଜାର 593 ଟି ନୂଆ କୋରୋନା ଆକ୍ରାନ୍ତ ଟିହ୍ନଟ ହୋଇଥିବା ବେଳେ 48 ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

By

Published : Aug 25, 2021, 11:02 AM IST

INDIA CORONA: ହ୍ରାସ ପରେ ପୁଣି ବଢିଲା, ୨୪ ଘଣ୍ଟାରେ 37,593 ଆକ୍ରାନ୍ତ ଚିହ୍ନଟ
INDIA CORONA: ହ୍ରାସ ପରେ ପୁଣି ବଢିଲା, ୨୪ ଘଣ୍ଟାରେ 37,593 ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କୋରୋନା ମାମଲାରେ କ୍ରମାଗତ ହ୍ରାସ ବୃଦ୍ଧି ଲାଗି ରହିଥିବାବେଳେ ଗତ ଦୁଇ ଦିନ ହେଲା 30 ହଜାର ତଳକୁ ରହୁଥିଲା ଦୈନିକ ସଂକ୍ରମଣ । କିନ୍ତୁ ଦୁଇ ଦିନର ବ୍ୟବଧାନ ପରେ ଆଜି ପୁଣି ବଢିଲା ସଂକ୍ରମଣ । ଗତ ୨୪ ଘଣ୍ଟାରେ 37 ହଜାର 593 ଟି ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 648 ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ଏବଂ 34 ହଜାର 169 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି 25 ଲକ୍ଷ 12 ହଜାର 366 କୁ ବୃଦ୍ଧି ହୋଇଛି । ସେହିପରି ମୃତ୍ୟୁ ସଂଖ୍ୟା 4 ଲକ୍ଷ 35 ହଜାର 758କୁ ଛୁଇଁଛି । 3 କୋଟି 17 ଲକ୍ଷ 54 ହଜାର 281 ଜଣ ଏପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି । 3 ଲକ୍ଷ 22 ହଜାର 327 ଟି ସକ୍ରିୟ ମାମଲା ରହିଛି ।

ଅନ୍ୟପଟେ ଏପର୍ଯ୍ୟନ୍ତ 59 କୋଟି 55 ଲକ୍ଷ 4 ହଜାର 593 ଟୀକାକରଣ ସରିଛି । ସେଥିମଧ୍ୟରୁ କେବଳ ମଙ୍ଗଳବାର ଦିନ 61 ଲକ୍ଷ 90 ହଜାର 930 ଜଣଙ୍କୁ ଟୀକାକରଣ କରାଯାଇଛି ।

@ANI

ABOUT THE AUTHOR

...view details