ନୂଆଦିଲ୍ଲୀ: ଦେଶରେ କ୍ରମଶଃ ବଢୁଛି କୋରୋନା ସଂକ୍ରମଣ । ହଜାର ତଳକୁ ଖସିଥିବା ଦୈନିକ ପଜିଟିଭ ମାମଲା ଏବେ ୩ ହଜାର ପାର୍ କରିଛି । ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପୁଣି ଚିନ୍ତା ବଢାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 3,303 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 3,303 fresh covid cases) । ଆଶ୍ବସ୍ତିକର ବିଷୟ ଯେ, ସଂକ୍ରମଣ ବଢୁଥିଲେ ହେଁ ମୃତ୍ୟୁସଂଖ୍ୟା କମ୍ ରହିଛି । ଦିନକରେ ଦେଶରେ 39 ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ 2,563 ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
India Corona: ଦେଶରେ ୩ ହଜାର ଟପିଲା ସଂକ୍ରମଣ - ଭାରତ କୋରୋନା ସଂକ୍ରମଣ
କାୟା ମେଲାଉଛି ମହାମାରୀ । ଦେଶରେ ୩ ହଜାର ଟପିଲା ଦୈନିକ ସଂକ୍ରମଣ । ଅଧିକ ପଢନ୍ତୁ
India Corona: ଦେଶରେ ୩ ହଜାର ଟପିଲା ସଂକ୍ରମଣ
ମନ୍ତ୍ରଣାଳୟ ଅନୁଯାୟୀ, ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା 16,980କୁ ବୃଦ୍ଧି ପାଇଛି । ଏଯାବତ୍ ସମୁଦାୟ 4,25,281,26 ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ 5,23,693 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 188 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ 19,53,437 ଡୋଜ୍ ଦିଆଯାଇଛି । ବର୍ତ୍ତମାନ ସମୟରେ ଦିଲ୍ଲୀ ସମେତ କିଛି ରାଜ୍ୟରେ ସଂକ୍ରମଣ ଅଧିକ ବଢୁଥିବାର ଦେଖାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ