ନୂଆଦିଲ୍ଲୀ: ଦେଶରେ ଥମିବାର ନାଁ ଧରୁନି କୋରୋନା ସଂକ୍ରମଣ । କେତେବେଳେ ବଢି ଯାଉଛି ତ ଆଉ କେତେବେଳେ ଖସି ଆସୁଛି। ତେବେ ଗତ ଦୁଇ ତିନି ଦିନ ଧରି 30 ହଜାର ତଳକୁ ଆକ୍ରାନ୍ତଙ୍କ ସଂଖ୍ୟା କହୁଥିବା ବେଳେ ଆଜି ପୁଣି 30 ହଜାର ପାର ହୋଇଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ 31 ହଜାର 923 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ 282 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏପଟେ 31 ହଜାର 990 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି ।
INDIA CORONA: ଦିନକରେ 31923 ପଜିଟିଭ ଚିହ୍ନଟ, 282 ମୃତ - health ministry
ଦେଶରେ ଥମିବାର ନାଁ ଧରୁନି କୋରୋନା ସଂକ୍ରମଣ । କେତେବେଳେ ବଢି ଯାଉଛି ତ ଆଉ କେତେବେଳେ ଖସି ଆସୁଛି । ଗତ ୨୪ ଘଣ୍ଟା ମଧ୍ୟରେ 31 ହଜାର 923 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ 282 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଅଧିକ ପଢନ୍ତୁ...
![INDIA CORONA: ଦିନକରେ 31923 ପଜିଟିଭ ଚିହ୍ନଟ, 282 ମୃତ INDIA CORONA: ଦିନକରେ 31,923 ପଜିଟିଭ ଚିହ୍ନଟ, 282 ମୃତ](https://etvbharatimages.akamaized.net/etvbharat/prod-images/768-512-13144570-thumbnail-3x2-inia-corona.jpg)
INDIA CORONA: ଦିନକରେ 31,923 ପଜିଟିଭ ଚିହ୍ନଟ, 282 ମୃତ
ତେବେ, ଦେଶରେ ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 କୋଟି 35ଲକ୍ଷ 63 ହଜାର 421କୁ ବୃଦ୍ଧି ପାଇଛି । ସେହିପରି ମୃତ୍ୟୁ ସଂଖ୍ୟା 4ଲକ୍ଷ 46 ହଜାର 50 ରହିଥିବା ବେଳେ 3 ଲକ୍ଷ 1 ହଜାର 604 ସକ୍ରିୟ ମାମଲା ରହିଛି । 3 କୋଟି 28 ଲକ୍ଷ 15 ହଜାର 731 ଆରୋଗ୍ୟ ହୋଇଛନ୍ତି ଏବଂ 83 କୋଟି 39 ଲକ୍ଷ 90 ହଜାର 49 ଟୀକାକରଣ ଏଯାଏଁ କରାଯାଇଛି ।
@ANI