ନୂଆଦିଲ୍ଲୀ: ଦେଶରେ ପୁଣି କାୟା ମେଲିଲାଣି କୋରୋନା । ଟିକା ଆସିବା ପରେ ବି କମୁନି ସଂକ୍ରମଣ । 24 ଘଣ୍ଟାରେ ଦେଶରେ 28 ହଜାର 903 ନୂଆ ସଂକ୍ରମଣ ଚିହ୍ନଟ ହୋଇଛି । ସେହିପରି ଦିନକରେ 188 ଜଣଙ୍କ ଜୀବନ ନେଇଛି କିଲର ଭାଇରସ ।
ଦେଶରେ ବଢୁଛି କୋରୋନା ପ୍ରକୋପ, ଦିନକରେ 28903 ଆକ୍ରାନ୍ତ ଚିହ୍ନଟ
ଦେଶରେ ଉପରମୁହାଁ କୋରୋନା ଗ୍ରାଫ । କିଛି ଦିନ ପରେ ପୁଣି ବଢୁଛି ସଂକ୍ରମଣ । ଆଜି ଦେଶରୁ 28 ହଜାରରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଦେଶରେ ବଢୁଛି କୋରୋନା ପ୍ରକୋପ, ଦିନକରେ 28,903 ଆକ୍ରାନ୍ତ ଚିହ୍ନଟ
ନୂଆ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ହେଉଛି 11438734 । ସେଥିରୁ 110,45,284 ଜଣ ମହାମାରୀ କବଳରୁ ସୁସ୍ଥ ହୋଇ ଫେରିଥିବା ବେଳେ ସକ୍ରିୟ ମାମଲା ରହିଛି 2,34,406 । ସେହିପରି କୋରୋନାରେ 1,59,044ଜଣଙ୍କ ଜୀବନ ଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ