ନୂଆଦିଲ୍ଲୀ: ଦେଶରେ ପୁଣି ଆତଙ୍କ ଖେଳାଉଛି କୋରୋନା ମହାମାରୀ । ପ୍ରତିଦିନ ପୂର୍ବଦିନ ଅପେକ୍ଷା ବଢି ଚାଲିଛି ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 2,828 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 2,828 fresh Covid Cases) । ସଂକ୍ରମଣ ବୃଦ୍ଧି ପାଉଥିଲେ ମୃତ୍ୟୁ ସଂଖ୍ୟା ପୂର୍ବଦିନ ଅପେକ୍ଷା କମ ରହିଛି । ଦିନକରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 2,035 ଜଣ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
India Corona: ଦିନକରେ 2828 ସଂକ୍ରମିତ ଚିହ୍ନଟ,14 ମୃତ - କୋରୋନା ନ୍ୟୁଜ
ଦେଶରେ ପୁଣି ଆତଙ୍କ ଖେଳାଉଛି କୋରୋନା ମହାମାରୀ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 2,828 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 2,828 fresh Covid Cases) । ଅଧିକ ପଢନ୍ତୁ
India Corona:ଦିନକରେ 2828 ସଂକ୍ରମିତ ଚିହ୍ନଟ,14 ମୃତ
ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ ସକ୍ରିୟ ମାମଲା ଏବେ 17 ହଜାର ଉପରେ ରହିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 17,087 ରହିଛି । ଏହି କ୍ରମରେ ବର୍ତ୍ତମାନ ଦୈନିକ ପଜିଟିଭ ହାର 0.60% ରହିଛି । ଦେଶରେ ଏଯାବତ ୪୨,୬୧,୧୩, ୭୦ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । ଏବଂ ୫,୨୪,୫୮୬ ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 1,93,28,44,077 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।