ନୂଆଦିଲ୍ଲୀ:ଦେଶରେ ପୁଣି ଆତଙ୍କ ଖେଳାଇଛି ମହାମାରୀ । ଦିନକୁ ଦିନ ଦ୍ରୁତଗତିରେ ବଢିଚାଲିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ଭିତରେ ଦେଶ ମଧ୍ୟରୁ ୨୭,୫୫୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 22,775 new cases) । ସେହିପରି ୯,୨୪୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଦିନକରେ ୨୮୪ଟି ମୁଣ୍ଡ ନେଇଛି କିଲର ଭାଇରସ । ବର୍ତ୍ତମାନ ଦେଶରେ ୧,୨୨,୮୦୧ଟି ସକ୍ରିୟ ମାମଲା ରହିଛି ।
ଭାରତରେ ଏବେ ଓମିକ୍ରନ ଭାଇରସ୍ କାୟା ମେଲାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ଓମିକ୍ରନ ମାମଲା ୧,୫୨୫ରେ ପହଞ୍ଚିଛି । ମହାରାଷ୍ଟ୍ରରୁ ସର୍ବାଧିକ ୪୬୦ ମାମଲା ଚିହ୍ନଟ ହୋଇଛି ।