ନୂଆଦିଲ୍ଲୀ : ଦେଶରେ ଖସୁଛି ସଂକ୍ରମଣ । ଆୟତ୍ତକୁ ଆସୁଛି ମହାମାରୀ । ଏବେ ୩୦ ହଜାର ତଳେ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ 25 ହଜାର 404 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 339 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । 37 ହଜାର 127 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି ।
INDIA CORONA; ଦିନକରେ 25404 ପଜିଟିଭ ଚିହ୍ନଟ, 339 ମୃତ
ଦେଶରେ ଖସୁଛି ସଂକ୍ରମଣ । ଆୟତ୍ତକୁ ଆସୁଛି ମହାମାରୀ । ଗତ ୨୪ ଘଣ୍ଟା ମଧ୍ୟରେ 25 ହଜାର 404 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 339 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଅଧିକ ପଢନ୍ତୁ...
INDIA CORONA; ଦିନକରେ 25,404 ପଜିଟିଭ ଚିହ୍ନଟ, 339 ମୃତ
ତେବେ, ଦେଶରେ ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 କୋଟି 32ଲକ୍ଷ 89 ହଜାର 579କୁ ବୃଦ୍ଧି ପାଇଛି । ମୃତ୍ୟୁ ସଂଖ୍ୟା 4ଲକ୍ଷ 43 ହଜାର 213 ରହିଥିବା ବେଳେ 3 ଲକ୍ଷ 62 ହଜାର 207 ସକ୍ରିୟ ମାମଲା ରହିଛି । 3 କୋଟି 24 ଲକ୍ଷ 84 ହଜାର 159 ଆରୋଗ୍ୟ ହୋଇଥିବା ବେଳେ ଏଯାଏଁ 75 କୋଟି 22ଲକ୍ଷ 38ହଜାର 324 ଟୀକାକରଣ କରାଯାଇଛି ।
@ANI