ନୂଆଦିଲ୍ଲୀ:ଖସିଲା ସଂକ୍ରମଣ । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪,୩୫୪ ନୂଆ କୋଭିଡ ମାମଲା ଚିହ୍ନଟ ହୋଇଛି । ଶନିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି ।
ବର୍ତ୍ତମାନ ଦେଶରେ ମୋଟ ୨, ୭୩, ୮୮୯ଟି ସକ୍ରିୟ ମାମଲା ରହିଛି । ଆଜି ୨୫,୪୫୫ ଜଣ ସୁସ୍ଥ ହୋଇଛନ୍ତି । ଗତ ବର୍ଷ ମାର୍ଚ୍ଚ ମାସରୁ ଏ ପର୍ଯ୍ୟନ୍ତ ଦେଶର କୋଭିଡ ସୁସ୍ଥହାର ୯୭.୮୬ ପ୍ରତିଶତ ରହିଛି । ଆଜିର ସୁସ୍ଥଙ୍କୁ ମିଶାଇ ଭାରତର ମୋଟ ସୁସ୍ଥ ସଂଖ୍ୟା ୩,୩୦,୬୮.୫୯୯କୁ ବୃଦ୍ଧି ପାଇଛି ।