ନୂଆଦିଲ୍ଲୀ:ଦେଶରେ ନିୟନ୍ତ୍ରଣାଧୀନ ରହିଛି ମହାମାରୀ । ଦିନେ ସଂକ୍ରମଣ କମିଲେ ଆଉ ଦିନେ ବଢୁଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 2,226 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India reports 2,226 fresh cases) । ସଂକ୍ରମଣ କମିଥିଲେ ହେଁ ଆଜି କୋରୋନା ଜନିତ ମୃତ୍ୟୁସଂଖ୍ୟା ପୂର୍ବଦିନ ଅପେକ୍ଷା ଅଧିକ ରହିଛି । ଦିନକରେ 65 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
India Corona: ଦିନକରେ 2,226 ସଂକ୍ରମିତ ଚିହ୍ନଟ
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 2,226 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India reports 2,226 fresh cases) । ଅଧିକ ପଢନ୍ତୁ
India Corona Report:ଦିନକରେ 2,226 ସଂକ୍ରମିତ ଚିହ୍ନଟ
ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ ସକ୍ରିୟ ମାମଲା ଏବେ 15 ହଜାର ତଳକୁ ଖସିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 14,955 ରହିଛି । ଏହି କ୍ରମରେ ବର୍ତ୍ତମାନ ଦୈନିକ ପଜିଟିଭ ହାର 0.03% ରହିଛି । ଏଯାବତ୍ ସମୁଦାୟ 4,25,97,003 ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ 5,24,413 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 192 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।