ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ କମୁଛି କୋରୋନା ସଂକ୍ରମଣ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ୨୦ ହଜାର ତଳେ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହା ମଧ୍ୟରେ ଗତ ୨୪ ଘଣ୍ଟାରେ 19 ହଜାର 740 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ 248 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏପଟେ 23 ହଜାର 70 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି ।
INDIA CORONA: ଆଜି 20 ହଜାର ତଳେ ଦୈନିକ ସଂକ୍ରମଣ, 248 ମୃତ - କୋରୋନା ଅପଡେଟ ନ୍ୟୁଜ
୪ ଲକ୍ଷ ଟ୍ରେଣ୍ଡ୍ ପରେ ୨୦ ହଜାର ତଳେ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହା ମଧ୍ୟରେ ଗତ ୨୪ ଘଣ୍ଟାରେ 19 ହଜାର 740 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ 248 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଅଧିକ ପଢନ୍ତୁ...
ଦିନକରେ 19,740 ପଜିଟିଭ ଚିହ୍ନଟ, 248 ମୃତ
ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୩୯ ଲକ୍ଷ ୩୫ ହଜାର ୩୦୯ରେ ପହଁଚିଥିବା ବେଳେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୫୦ ହଜାର ୩୭୫ରେ ପହଞ୍ଚିଛି । ବର୍ତ୍ତମାନ 2 ଲକ୍ଷ 36 ହଜାର 643 ଟି ସକ୍ରିୟ ମାମଲା ରହିଛି, ଯାହା 206 ଦିନରେ ସର୍ବନିମ୍ନ ଅଟେ । ଶନିବାର ସୁଦ୍ଧା ଦେଶରେ 3 କୋଟି 32 ଲକ୍ଷ 48 ହଜରା 291 ଜଣ ସୁସ୍ଥ ହୋଇ ସୁସ୍ଥହାର 97.98 ପ୍ରତିଶତରେ ପହଞ୍ଚିଛି ।
@ANI