ନୂଆଦିଲ୍ଲୀ:ଦେଶରେ ପୁଣି ଉପରମୁହାଁ ରହିଛି କୋରୋନା ସଂକ୍ରମଣ । ଦିନେ କମିଲେ ଦିନେ ବଢୁଛି ସଂକ୍ରମଣ ମାମଲା । କିଛି ଦିନ ହେବ 15 ହଜାର ପାଖାପାଖି ରହୁଛି ପଜିଟିଭ ମାମଲା । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ୍ 16 ହଜାର 906 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 16,906 fresh Covid Cases) । ଦିନକରେ 45 ଜଣଙ୍କ ଜୀବନ ନେଇଛି ମହାମାରୀ ।
India Corona: ଦିନକରେ 16906 ନୂଆ ସଂକ୍ରମିତ, 45 ମୃତ - ଦେଶରେ କୋରୋନା ସଂକ୍ରମଣ
ଦେଶରେ ଉପରମୁହାଁ ଦୈନିକ ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 16 ହଜାର 906 ଜଣ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ
India Corona: 16906 ନୂଆ ସଂକ୍ରମିତ, 45 ମୃତ
ମୃତକଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା 5 ଲକ୍ଷ 25 ହଜାର 519କୁ ବୃଦ୍ଧି ହୋଇଛି । ସେହିପରି ଆଜିର ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 32 ହଜାର 457କୁ ବୃଦ୍ଧି ପାଇଛି । ଆଜି 15 ହଜାର 447 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଯାବତ ସୁସ୍ଥ ହେଲେଣି 4 କୋଟି 30 ଲକ୍ଷ 11 ହଜାର 874 ଆକ୍ରାନ୍ତ । ଦେଶର ଦୈନିକ ପଜିଟିଭ ରେଟ୍ 3.68%ରେ ପହଞ୍ଚିଛି । ଗତ 24 ଘଣ୍ଟା ମଧ୍ୟରେ 11 ଲକ୍ଷରୁ ଅଧିକ ଲୋକେ ଟିକା ନେଇଛନ୍ତି । ଦେଶବ୍ୟାପୀ ସମୁଦାୟ 199 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।