ନୂଆଦିଲ୍ଲୀ: ଦେଶରେ ପୁଣି ଉପରମୁହାଁ ହୋଇଛି କୋଭିଡ ସଂକ୍ରମଣ(covid infections)। ଦ୍ରୁତଗତିରେ ବଢିବାରେ ଲାଗିଛି ଦୈନିକ ପଜିଟିଭ ମାମଲା । ଗତ 24 ଘଣ୍ଟା ମଧ୍ୟରେ ସଂକ୍ରମଣ ଦୁଇଗୁଣା ବଢିଛି । ଦିନକରେ ଭାରତରେ 16,764 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି 7,585 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ 220ଟି ମୁଣ୍ଡ ନେଇଛି ମହାମାରୀ ।
INDIA CORONA: ଦେଶରେ ଦୁଇଗୁଣା ହେଲା ସଂକ୍ରମଣ, ହଜାରେ ଟପିଲା ଓମିକ୍ରନ - ଭାରତ କୋରୋନା
ଦେଶରେ ଦ୍ରୁତଗତିରେ ବଢିବାରେ ଲାଗିଛି ଦୈନିକ ପଜିଟିଭ ମାମଲା । ଗତ 24 ଘଣ୍ଟାରେ ଚିହ୍ନଟ ହେଲେ 16,764 ଜଣ ନୂଆ ସଂକ୍ରମିତ । ଅଧିକ ପଢନ୍ତୁ
ଆଫ୍ରିକା ଏବଂ ୟୁରୋପୀୟ ରାଷ୍ଟ୍ରଗୁଡିକରେ ଓମିକ୍ରନ ବିସ୍ଫୋରଣ ଘଟିଥିବାବେଳେ ଭାରତ ମଧ୍ୟ ସଙ୍କଟ ଆଡକୁ ମୁହାଁଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ଓମିକ୍ରନ ମାମଲା 1270ରେ ପହଞ୍ଚିଛି । ସେଥିମଧ୍ୟରୁ ମହାରାଷ୍ଟ୍ରରୁ ସର୍ବାଧିକ 450ଟି ମାମଲା ରହିଥିବାବେଳେ ଦିଲ୍ଲୀରୁ 320, କେରଳ 109, ଗୁଜୁରାଟ 97, ରାଜସ୍ଥାନ 69, ତେଲେଙ୍ଗାନା 62, ତାମିଲନାଡୁ 46, କର୍ଣ୍ଣାଟକ 34, ଆନ୍ଧ୍ରପ୍ରଦେଶ 16, ଓଡିଶା 14, ପଶ୍ଚିମବଙ୍ଗରୁ 11, ମଧ୍ୟପ୍ରଦେଶରୁ 9, ଉତ୍ତରାଖଣ୍ଡରୁ 4, ଚଣ୍ଡୀଗଡରୁ 3, ଜାମ୍ମୁ-କାଶ୍ମୀରରୁ 3, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରୁ 2, ଉତ୍ତରପ୍ରଦେଶରୁ 2, ଗୋଆରୁ 1, ହିମାଚଳ ପ୍ରଦେଶ 1, ଲଦାଖ 1, ମଣିପୁର 1 ଏବଂ ପଞ୍ଜାବରେ ଗୋଟିଏ ମାମଲା ରହିଛି ।
@ANI