ନୂଆଦିଲ୍ଲୀ: ଦେଶରେ ପୁଣି କାୟା ମେଲାଉଛି କୋରୋନା । କିଛି ଦିନ ଧରି ୧୫ ହଜାର ତଳକୁ ସଂକ୍ରମଣ ଥିବା ବେଳେ ଗତ ଦୁଇ ଦିନ ଧରି ପୁଣି ବଢିଛି ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬ ହଜାର ୩୨୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬୬ ଜଣଙ୍କ ଜୀବନ ନେଇଛି କିଲର ଭାଇରସ।
INDIA CORONA: ଦିନକରେ 16,326 ନୂଆ ସଂକ୍ରମିତ, 666 ମୃତ - କାୟା ମେଲାଉଛି କୋରୋନା
ଦେଶରେ ପୁଣି କାୟା ମେଲାଉଛି କୋରୋନା । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬ ହଜାର ୩୨୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬୬ ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଅଧିକ ପଢନ୍ତୁ...
INDIA CORONA: ଦିନକରେ 16,326 ନୂଆ ସଂକ୍ରମିତ, 666 ମୃତ
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଦିନକ ମଧ୍ୟରେ ୧୭,୬୭୭ ଜଣ ସୁସ୍ଥ ହୋଇଛନ୍ତି, ଯାହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୩ କୋଟି ୩୫ ଲକ୍ଷ ୩୨ ହଜାର ୧୨୬ରେ ପହଞ୍ଚିଛି । ସେହିପରି ଦେଶରେ ମୋଟ 1 ଲକ୍ଷ 73 ହଜାର 728ଟି ସକ୍ରିୟ ମାମଲା ରହିଛି । ଅନ୍ୟପକ୍ଷରେ ଆରୋଗ୍ୟ ହାର ୯୮.୧୬% ରହିଥିବା ଜଣାଯାଇଛି । ଶୁକ୍ରବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୫୯.୮୪ କୋଟି ନମୁନା ପରୀକ୍ଷା କରାଯିବା ସହିତ ୧୦୧.୩୦ କୋଟି ଡୋଜ ଟିକା ଦିଆଯାଇଛି ।
@ANI