ନୂଆଦିଲ୍ଲୀ: ଦେଶରେ ତଳ ଉପର ହେଉଛି କୋରୋନା ସଂକ୍ରମଣ । ଗତ ଦୁଇଦିନ ହେବ ସଂକ୍ରମଣ ମାମଲା ୧୭ ହଜାର ଉପରେ ରହୁଥିବା ବେଳେ ଆଜି ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଇଛି । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ୍ 16,103 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 16,103 fresh Covid Cases) । ଗତକାଲି ଠାରୁ ଆଜି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଆଜି 31 ଜଣଙ୍କ ଜୀବନ ନେଇଛି ମହାମାରୀ ।
India Corona: 16 ହଜାର ଉପରେ ସଂକ୍ରମଣ, 31 ମୃତ - ଦେଶରେ କୋରୋନା ସଂକ୍ରମଣ
ଦେଶରେ ଉପରମୁହାଁ ରହିଛି ଦୈନିକ ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 16 ହଜାର 103 ଜଣ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ
India Corona: 16 ହଜାର ଉପରେ ସଂକ୍ରମଣ, 31 ମୃତ
ଏଯାବତ ଦେଶରେ 5 ଲକ୍ଷ25 ହଜାର 199 ଆକ୍ରାନ୍ତ ଆଖି ବୁଜିଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ଲକ୍ଷେ ହୋଇଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 111711କୁ ବୃଦ୍ଧି ପାଇଛି । ଦେଶର ଦୈନିକ ପଜିଟିଭ ରେଟ୍ 4.27%ରେ ପହଞ୍ଚିଛି । ଏଯାବତ୍ 4 କୋଟି 28 ଲକ୍ଷ 65ହଜାର 519 ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । ଦେଶବ୍ୟାପୀ ସମୁଦାୟ 197 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।