ନୂଆଦିଲ୍ଲୀ:ଦେଶରେ ନିୟନ୍ତ୍ରଣାଧୀନ ରହିଛି ମହାମାରୀ । ଗତ ୨୪ ଘଣ୍ଟାରେ ଭାରତରେ 14,623 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ 19,446 ଜଣ ସଂକ୍ରମିତ କୋରୋନାରୁ ସୁସ୍ଥ ହୋଇଥିବାବେଳେ ଦେଶରେ 197 ଜଣ ଆକ୍ରାନ୍ତଙ୍କ ମୁଣ୍ଡ ନେଇଛି କିଲର ଭାଇରସ ।
ସଂକ୍ରମଣ ହ୍ରାସ ସହ ବର୍ତ୍ତମାନ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 3,41,08,996କୁ ବୃଦ୍ଧି ପାଇଛି । ସୁସ୍ଥ ସଂଖ୍ୟା ବୃଦ୍ଧି ସହ ଏବେ ସୁଦ୍ଧା ଦେଶରେ ମୋଟ 1,78,098ଟି ସକ୍ରିୟ ମାମଲା ରହିଛି । ସେହିପରି ମୋଟ ସୁସ୍ଥସଂଖ୍ୟା ମଧ୍ୟ 3,34,78,247କୁ ବୃଦ୍ଧି ପାଇଛି । ତେବେ ସଂକ୍ରମଣରେ ହ୍ରାସ ଘଟୁଥିଲେ ହେଁ ମୃତ୍ୟୁସଂଖ୍ୟା କିନ୍ତୁ କମିବାର ନାଁ ଧରୁନି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ 4,52,651 ଜଣ କୋରୋନାରେ ଆଖି ବୁଜିଛନ୍ତି ।