ଓଡିଶା

odisha

India Corona: 15 ହଜାର ତଳେ ଦୈନିକ ସଂକ୍ରମଣ

By

Published : Oct 12, 2021, 10:01 AM IST

ଦେଶରେ ନିୟନ୍ତ୍ରଣକୁ ଆସୁଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ ଦେଶରେ ମାତ୍ର 14,313 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ...

India corona: 15 ହଜାର ତଳେ ଦୈନିକ ସଂକ୍ରମଣ
India corona: 15 ହଜାର ତଳେ ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ନିୟନ୍ତ୍ରଣକୁ ଆସୁଛି ମହାମାରୀ । 15 ହଜାର ତଳକୁ ଖସିଲା ଭାରତର ଦୈନିକ କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ ଦେଶରେ ମାତ୍ର 14,313 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି 26,579 ଜଣ ସୁସ୍ଥ ହୋଇଥିବାବେଳେ ଗୋଟିଏ ଦିନରେ 181 ଜଣଙ୍କ ମୁଣ୍ଡ ନେଇଛି ଏହି କିଲର ଭାଇରସ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜିର ନୂତନ ସଂକ୍ରମିତଙ୍କୁ ମିଶାଇ ଦେଶର ମୋଟ ସଂକ୍ରମଣ 3,39,85,920ରେ ପହଞ୍ଚିଛି । ସେହିପରି ଆଜିସୁଦ୍ଧା ଦେଶରେ 2,14,900ଟି ସକ୍ରିୟ ମାମଲା ରହିଛି । ସେହିପରି ବର୍ତ୍ତମାନ ସୁଦ୍ଧା 3,33,20,057 ଜଣ ସୁସ୍ଥ ହୋଇଛନ୍ତି । ଏଯାବତ୍ ମୋଟ 4,50,963 ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଅନ୍ୟପଟେ ଦେଶରେ ଜୋରଦାର ଚାଲିଛି ଟୀକାକରଣ । ଗୋଟିଏ ଦିନରେ 65,86,092 ଡୋଜ୍ ନେଇଛନ୍ତି ହିତାଧିକାରୀ । ଯାହାପରେ ଦେଶରେ ଟୀକାକରଣ 95,89,78,049କୁ ବୃଦ୍ଧି ପାଇଛି ।

@ANI

ABOUT THE AUTHOR

...view details