ଓଡିଶା

odisha

ETV Bharat / bharat

INDIA CORONA: ଦିନକରେ 14,306 ନୂଆ ସଂକ୍ରମିତ, 443 ମୃତ - india reports 14,306 new covid cases

ଲଗାତର କୋରୋନା ମାମଲାରେ ହ୍ରାସ ବୃଦ୍ଧି ଲାଗି ରହିଥିବା ବେଳେ ଆଜି ପୁଣି 15 ହଜାର ତଳକୁ ଖସିଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟା ମଧ୍ୟରେ 14 ହଜାର 306 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 443 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଅଧିକ ପଢନ୍ତୁ...

INDIA CORONA: ଦିନକରେ 14,306 ନୂଆ ସଂକ୍ରମିତ, 443 ମୃତ
INDIA CORONA: ଦିନକରେ 14,306 ନୂଆ ସଂକ୍ରମିତ, 443 ମୃତ

By

Published : Oct 25, 2021, 10:50 AM IST

ନୂଆଦିଲ୍ଲୀ: ଲଗାତର କୋରୋନା ମାମଲାରେ ହ୍ରାସ ବୃଦ୍ଧି ଲାଗି ରହିଥିବା ବେଳେ ଆଜି ପୁଣି 15 ହଜାର ତଳକୁ ଖସିଛି ଦୈନିକ ସଂକ୍ରମଣ । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ 14 ହଜାର 306 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 443 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ସେହିପରି ଦିନକ ମଧ୍ୟରେ 18,762 ଜଣ ସୁସ୍ଥ ହୋଇଛନ୍ତି, ଯାହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୩ କୋଟି 35 ଲକ୍ଷ 67 ହଜାର 367ରେ ପହଞ୍ଚିଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୪୧ ଲକ୍ଷ ୮୯ ହଜାର ୭୭୪ ରେ ପହଁଚିଛି ଏବଂ ମୋଟ 4 ଲକ୍ଷ 54 ହଜାର 712 ଜଣଙ୍କ ମୃତ୍ୟୁ ହୋଇଛି । ଏବେ ଦେଶରେ ସର୍ବମୋଟ 1 ଲକ୍ଷ 67 ହଜାର 695ଟି ସକ୍ରିୟ ମାମଲା ରହିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ମୁତାବକ, ଅକ୍ଟୋବର 24 ପର୍ଯ୍ୟନ୍ତ ସାରା ଦେଶରେ 102 କୋଟି 27 ଲକ୍ଷ 12 ହଜାର ଡୋଜ କୋଭିଡ ଟିକା ଦିଆସରିଛି । ଏଥି ସହିତ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଅନୁଯାୟୀ ଏପର୍ଯ୍ୟନ୍ତ ପ୍ରାୟ 60 କୋଟି ନମୁନା ପରୀକ୍ଷା କରାଯାଇଛି।

ଦେଶରେ କୋରୋନାରୁ ମୃତ୍ୟୁ ହାର 1.33 ପ୍ରତିଶତ ରହିଥିବା ବେଳେ ସୁସ୍ଥହାର 98.17 ପ୍ରତିଶତ ରହିଛି। ସେହିପରି ସକ୍ରିୟ ମାମଲା 0.51 ପ୍ରତିଶତ ରହିଛି | କୋରୋନା ଆକ୍ଟିଭ୍ କେସ୍ ଦୃଷ୍ଟିରୁ ଭାରତ ବର୍ତ୍ତମାନ ବିଶ୍ବରେ ଦ୍ବାଦଶ ସ୍ଥାନରେ ରହିଛି । ମୋଟ ସଂକ୍ରମିତ ଦୃଷ୍ଟିରୁ ଭାରତ ଦ୍ବିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ଭାରତରେ ସର୍ବାଧିକ ମୃତ୍ୟୁ ଘଟିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details