ଓଡିଶା

odisha

ETV Bharat / bharat

INDIA CORONA: ଦିନକରେ 1 ଲକ୍ଷ 41 ହଜାର ନୂଆ ସଂକ୍ରମିତ - ଭାରତ କୋରୋନା

ଦେଶରେ କୋରୋନା ବିସ୍ଫୋରଣ । ଦିନକରେ 1,41,986 ନୂଆ ପଜିଟିଭ ମାମଲା ଚିହ୍ନଟ । ଅଧିକ ପଢନ୍ତୁ

INDIA CORONA: ଦିନକରେ ୧,୪୧,୯୮୬ ନୂଆ ସଂକ୍ରମିତ ଚିହ୍ନଟ
INDIA CORONA: ଦିନକରେ ୧,୪୧,୯୮୬ ନୂଆ ସଂକ୍ରମିତ ଚିହ୍ନଟ

By

Published : Jan 8, 2022, 9:50 AM IST

ନୂଆଦିଲ୍ଲୀ: ଭାରତରେ ସୁନାମି ଭଳି ମାଡୁଛି ମହାମାରୀ । ଗତକାଲି(ଶୁକ୍ରବାର) ପଜିଟିଭ ମାମଲା ଲକ୍ଷେ ପାର୍ କରିବା ପରେ ଏବେ ଦେଢ ଲକ୍ଷ ମୁହାଁ ହୋଇଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶ ମଧ୍ୟରୁ 1,41,986 ନୂଆ ପଜିଟିଭ ମାମଲା ଚିହ୍ନଟ ହୋଇଛି(india reports 1,41,986 new cases) । ସେହିପରି ଦିନକରେ 40,895 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ ୨୫୮ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

ବର୍ତ୍ତମାନ ଦେଶରେ ପଜିଟିଭ ହାର 9.28% ରହିଛି । ନୂଆ ପଜିଟିଭ ମାମଲାକୁ ମିଶାଇ ମୋଟ ସକ୍ରିୟ ମାମଲା 4,72,169ରେ ପହଞ୍ଚିଛି । ଏହି କ୍ରମରେ ଦେଶରେ ସମୁଦାୟ 3,44,12,740 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଦିନକରେ ପୁଣି ୨୫୮ଙ୍କ ମୃତ୍ୟୁ ପରେ ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁସଂଖ୍ୟା 4,83,178କୁ ବୃଦ୍ଧି ପାଇଛି ।

ସଂକ୍ରମଣ ବ୍ୟାପିବା ସହ ଟୀକାକରଣକୁ ମଧ୍ୟ ତ୍ବରାନ୍ବିତ କରାଯାଇଛି । ଏଯାବତ୍ ଭାରତରେ ମୋଟ 150.06 କୋଟି ଟିକା ଡୋଜ୍ ଦିଆସରିଛି । ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକାଂଶ ରାଜ୍ୟରେ କଟକଣା କଡାକଡି କରାଯାଇଛି । ବିଭିନ୍ନ କାର୍ଯ୍ୟାଳୟଗୁଡିକୁ ୫୦ ପ୍ରତିଶତ କ୍ଷମତାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ରହିଛି । ନାଇଟ କର୍ଫ୍ୟୁ ଲାଗୁ କରାଯିବା ସଙ୍ଗେ ସଙ୍ଗେ ସ୍କୁଲ, କଲେଜ ସମେତ ବିଭିନ୍ନ ଅନୁଷ୍ଠାନଗୁଡିକୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି ।

@ANI

ABOUT THE AUTHOR

...view details