ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କୋରୋନା ସଂକ୍ରମଣର ଦ୍ବିତୀୟ ଲହରି । ଭୟଙ୍କର ସ୍ଥିତିରେ ମହାମାରୀ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1 ଲକ୍ଷ 61 ହଜାର 736 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 879 ଜଣଙ୍କ ମୃତ୍ୟୁ ହୋଇଛି । 97 ହଜାର 168 ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ରେକର୍ଡ ଭାଙ୍ଗୁଛି କୋରୋନା, ଦିନକରେ ଲକ୍ଷେ 61 ହଜାର 736 ଆକ୍ରାନ୍ତ ଚିହ୍ନଟ - 879 deaths
ଦୃତ ଗତିରେ ବଢୁଛି ସଂକ୍ରମଣ । 24 ଘଣ୍ଚା ମଧ୍ୟରେ ଦେଶରେ 1 ଲକ୍ଷ 61 ହଜାର 736 ଆକ୍ରାନ୍ତ ଚିହ୍ନଟ । 879 ଜଣଙ୍କ ହୋଇଛି ମୃତ୍ୟୁ । ଅଧିକ ପଢନ୍ତୁ...

ରେକର୍ଡ ଭାଙ୍ଗୁଛି କୋରୋନା, ଦିନକରେ ଲକ୍ଷେ 61 ହଜାର 736 ଆକ୍ରାନ୍ତ ଚିହ୍ନଟ
ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା 1 କୋଟି 36 ଲକ୍ଷ 89 ହଜାର 453କୁ ବୃଦ୍ଧି ହୋଇଛି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 12 ଲକ୍ଷ 64 ହଜାର 698 ଥିବାବେଳେ 1ଲକ୍ଷ 71 ହଜାର 58 ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । 1 କୋଟି 22 ଲକ୍ଷ 53 ହଜାର 697 ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା 10 କୋଟି 85 ଲକ୍ଷ 33 ହଜାର 085 ଜଣଙ୍କୁ ଟୀକାକରଣ କରାଯାଇଛି । ଦେଶରେ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।
@ ANI