ଓଡିଶା

odisha

ETV Bharat / bharat

INDIA CORONA: ଦିନକରେ ୧୩୪୫୧ ନୂଆ ଆକ୍ରାନ୍ତ, ଗଡିଲା ୫୮୫ ମୁଣ୍ଡ - 13,451 ନୂଆ ସଂକ୍ରମଣ

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ 13,451 ନୂଆ ସଂକ୍ରମିତ । ଗୋଟିଏ ଦିନରେ ପ୍ରାଣ ହରାଇଲେ 585 କୋରୋନା ଆକ୍ରାନ୍ତ । ଅଧିକ ପଢନ୍ତୁ...

INDIA CORONA: ୧୩,୪୫୧ ନୂଆ ସଂକ୍ରମିତ, ଗଡିଲା ୫୮୫ ମୁଣ୍ଡ
INDIA CORONA: ୧୩,୪୫୧ ନୂଆ ସଂକ୍ରମିତ, ଗଡିଲା ୫୮୫ ମୁଣ୍ଡ

By

Published : Oct 27, 2021, 9:33 AM IST

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣାଧୀନ ରହିଛି ମହାମାରୀ । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ 13,451 ନୂଆ ସଂକ୍ରମିତ । ଦେଶରେ ସଂକ୍ରମଣ ମାମଲା ସ୍ଥିର ଥିଲେ ହେଁ କିନ୍ତୁ ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ । ଗୋଟିଏ ଦିନରେ ଦେଶରେ 585 ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେହିପରି ଆଉ 14,021 ସଂକ୍ରମିତ ସୁସ୍ଥ ହୋଇଥିବା ପରିବାର ଓ ସ୍ବାସ୍ଥ୍ୟ କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି ।

ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ 3,42,15,653 ଟି କୋରୋନା ପଜିଟିଭି ମାମଲା ଚିହ୍ନଟ ହୋଇଛି । ସେଥିମଧ୍ୟରୁ 3,35,97,339 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସୁସ୍ଥ ସଂଖ୍ୟା ବଢିବା ସହ ଏହି କ୍ରମରେ ବର୍ତ୍ତମାନ ଦେଶରେ ମୋଟ 1,62,661ଟି ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ଆଉ 585 ଜଣଙ୍କ ମୃତ୍ୟୁ ପରେ କୋରୋନା ଜନିତ ମୃତ୍ୟୁସଂଖ୍ୟା 4,55,653 କୁ ବୃଦ୍ଧି ପାଇଛି ।

ଏଯାବତ୍ ଭାରତରେ ମୋଟ 1,03,53,25,577 ଡୋଜ ଟିକା ଦିଆଯାଇଛି ।

@ANI

ABOUT THE AUTHOR

...view details