ଓଡିଶା

odisha

ETV Bharat / bharat

ଦେଶରେ 12,830 ନୂଆ ସଂକ୍ରମିତ ଚିହ୍ନଟ, 446 ମୃତ - ମହାମାରୀ

ଦେଶରେ ନିୟନ୍ତ୍ରଣାଧୀନ ରହିଛି ମହାମାରୀ । ଦୈନିକ ୧୫ ହଜାରକୁ କମ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ମୋଟ 12 ହଜାର 830 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଗୋଟିଏ ଦିନରେ 446 ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଅଧିକ ପଢନ୍ତୁ...

INDIA CORONA: ଦିନକରେ 12,830 ନୂଆ ସଂକ୍ରମିତ, 446 ମୃତ
INDIA CORONA: ଦିନକରେ 12,830 ନୂଆ ସଂକ୍ରମିତ, 446 ମୃତ

By

Published : Oct 31, 2021, 9:53 AM IST

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣାଧୀନ ରହିଛି ମହାମାରୀ । ଦୈନିକ ୧୫ ହଜାରକୁ କମ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ସଂକ୍ରମଣ କମୁଥିଲେ ହେଁ କିନ୍ତୁ ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ । ଗତ ୨୪ ଘଣ୍ଟାରେ ଦେଶରେ ମୋଟ 12 ହଜାର 830 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଗୋଟିଏ ଦିନରେ 446 ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସେହିପରି 14 ହଜାର 667 ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ବର୍ତ୍ତମାନ ସୁଦ୍ଧା ଦେଶରେ ସମୁଦାୟ 3 କୋଟି 42 ଲକ୍ଷ 73 ହଜାର 300 କୋରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ସେଥିମଧ୍ୟରୁ ମୋଟ 3 କୋଟି 36 ଲକ୍ଷ 55 ହଜାର 842 ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ଭାରତରେ ମୋଟ 1 ଲକ୍ଷ 59 ହଜାର 272ଟି ସକ୍ରିୟ ମାମଲା ରହିଛି । ଏପଟେ କୋଭିଡ ଆରମ୍ଭରୁ ଏଯାଏଁ ମୋଟ 4 ଲକ୍ଷ 58 ହଜାର 186 ଜଣ ସଂକ୍ରମିତ ଆଖି ବୁଜିଛନ୍ତି ।

ସେହିପରି ଦେଶରେ ଟୀକାକରଣର ସୁପରଫାଷ୍ଟ ଗତି ସହ ମୋଟ 106 କୋଟି 14 ଲକ୍ଷ 40 ହଜାର 335 ଡୋଜ ଟୀକାକରଣ କରାଯାଇଛି ।

@ANI

ABOUT THE AUTHOR

...view details