ଓଡିଶା

odisha

ETV Bharat / bharat

India Corona: ଦିନକରେ ୧୨,୫୯୧ ନୂଆ ସଂକ୍ରମିତ - ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି

ଦେଶରେ ବଢିଲା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୧୨,୫୯୧ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India reports 12,591 new covid cases
India reports 12,591 new covid cases

By

Published : Apr 20, 2023, 10:54 AM IST

ନୂଆଦିଲ୍ଲୀ: ପୁଣି ଡରାଉଛି ମହାମାରୀ । ଦେଶରେ ବଢି ଚାଲିଛି କୋରୋନା ସଂକ୍ରମଣ । ଦିନକରେ ସଂକ୍ରମଣ ମାମଲା ୧୨ ହଜାର୍ ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨,୫୯୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ଗତକାଲି(ବୁଧବାର) ତୁଳନାରେ ୨୦ ପ୍ରତିଶତ ଅଧିକ । ଗତକାଲି ଦୈନିକ ସଂକ୍ରମଣ ୧୦,୫୪୧ ରହିଥିଲା । ଯାହାଫଳରେ ଭାରତରେ ସମୁଦାୟ କୋରୋନା ଆକ୍ଟିଭ ମାମଲା ଏବେ ୬୫,୨୮୬କୁ ବୃଦ୍ଧି ପାଇଛି । ସଂକ୍ରମଣ ବୃଦ୍ଧି ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଦିନକରେ ପୁଣି ୪୦ ଜଣଙ୍କର କୋରୋନା ଜନିତ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୫,୩୧,୨୩୦ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ କୋରୋନା ସଂକ୍ରମଣ ବଢିବା ସହ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି । ଦିନକରେ ୧୦,୮୨୭ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସୁସ୍ଥ ସଂଖ୍ୟା ୪,୪୨,୬୧,୪୭୬ରେ ପହଞ୍ଚିଛି । ବର୍ତ୍ତମାନ ଦେଶର ଦୈନିକ ପଜିଟିଭ ରେଟ୍ ୫.୪୬ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ ରେଟ୍ ୫.୩୨ ପ୍ରତିଶତ ରହିଛି । ସୁସ୍ଥତା ହାର ୯୮.୬୭ ପ୍ରତିଶତ ଅଛି । ଦେଶରେ ୨୨୦.୬୬ କୋଟି ଟୀକାକରଣ ହୋଇଥିବାବେଳେ କେବଳ ଗତ ୨୪ ଘଣ୍ଟାରେ ୫୭୪ ଜଣ ଟିକା ନେଇଛନ୍ତି । ସେହିପରି ୨,୩୦,୪୧୯ଟି କୋରୋନା ଟେଷ୍ଟ ହୋଇଛି । ମହାମାରୀ ଆରମ୍ଭରୁ ଏଯାବତ୍ ସମୁଦାୟ ୯୨.୪୯ ଟେଷ୍ଟ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: Apple CEO meets PM Modi: ମୋଦିଙ୍କୁ ଭେଟିଲେ କୁକ୍‌, କହିଲେ ଭାରତରେ କରିବେ ନିବେଶ

ଦୀର୍ଘ ଦିନର ବ୍ୟବଧାନ ପରେ ଦେଶରେ ପୁଣି କୋରୋନା କାୟା ମେଲାଉଛି । ଦୈନିକ ସଂକ୍ରମଣ ମାମଲା ୧୨ ପାର୍ କରିଛି । ଯେଉଁ କାରଣରୁ କିଛି ରାଜ୍ୟରେ କୋରୋନା କଟକଣା କଡାକଡି କରାଯାଇଛି । ଚିକିତ୍ସା ବିଶେଷଜ୍ଞ ଅନୁମାନ କରୁଛନ୍ତି ଯେ, ଓମିକ୍ରନ ସବ ଭାରିଆଣ୍ଟ XBB.1.16 ଏତେ ମାତ୍ରାରେ ସଂକ୍ରମଣ ବୃଦ୍ଧି ପାଇଁ ଦାୟୀ । ତେବେ ଏଥିପାଇଁ ଭୟଭୀତ ହେବାର କାରଣ ନାହିଁ । କୋଭିଡ ଉପଯୁକ୍ତ ବ୍ୟବହାରର ଅନୁପାଳନ କରିବା ସହ ବୁଷ୍ଟର ଡୋଜ୍ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: Naroda Massacre Case: 21 ବର୍ଷ ପରେ ଆଜି ଆସିବ ରାୟ, ସ୍ବତନ୍ତ୍ର ଅଦାଲତ ଶୁଣାଇବେ ଫଇସଲା

ABOUT THE AUTHOR

...view details