ଓଡିଶା

odisha

ETV Bharat / bharat

INDIA CORONA: ଖସୁଛି ସଂକ୍ରମଣ, ୨୪ ଘଣ୍ଟାରେ ୧୨୪୨୮ ନୂଆ ସଂକ୍ରମିତ - କୋରୋନା

ଦେଶରୁ କମୁଛି ମହାମାରୀ ପ୍ରଭାବ । ଗତ ୨୪ ଘଣ୍ଟାରେ ମାତ୍ର ୧୨, ୪୨୮ ନୂଆ ସଂକ୍ରମିତ ଚିହ୍ନଟ । ହେଲେ ଥମୁନାହିଁ ମୃତ୍ୟୁ । ଅଧିକ ପଢନ୍ତୁ...

INDIA CORONA: ଖସୁଛି ସଂକ୍ରମଣ, ୨୪ ଘଣ୍ଟାରେ 12,428 ନୂଆ ସଂକ୍ରମିତ
INDIA CORONA: ଖସୁଛି ସଂକ୍ରମଣ, ୨୪ ଘଣ୍ଟାରେ 12,428 ନୂଆ ସଂକ୍ରମିତ

By

Published : Oct 26, 2021, 9:58 AM IST

ନୂଆଦିଲ୍ଲୀ:ଦେଶରେ ତଳମୁହାଁ କୋରୋନା ଗ୍ରାଫ୍ । ୧୩ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଭାରତର ମାତ୍ର ୧୨, ୪୨୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଗତ ୨୩୮ ଦିନ ମଧ୍ୟରେ ସର୍ବନିମ୍ନ । ତେବେ ସଂକ୍ରମଣ କମୁଥିଲେ ମଧ୍ୟ କୋରୋନା ମୃତ୍ୟୁରେ ଲାଗୁନି ବ୍ରେକ୍ । ଗୋଟିଏ ଦିନରେ ଦେଶରୁ ୩୫୬ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ଏବଂ ୧୫, ୯୫୧ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ।

ବର୍ତ୍ତମାନ ଭାରତରେ ୧,୬୩,୮୧୬ ଟି ସକ୍ରିୟ ମାମଲା ରହିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୫,୯୫୧ ଜଣ ସୁସ୍ଥ ହୋଇଥିବାବେଳେ ବର୍ତ୍ତମାନ ଦେଶର ସୁସ୍ଥତା ହାର ୯୮.୧୯ ପ୍ରତିଶତ ରହିଛି ।

ଏ ଯାବତ୍ ଦେଶରେ ମୋଟ ୬୦,୧୯,୦୧,୫୪୩ଟି ସାମ୍ପୁଲ ଟେଷ୍ଟ କରାଯାଇଛି । ସେଥିମଧ୍ୟରୁ ଗତକାଲି(ସୋମବାର) କେବଳ ୧୧,୩୧,୮୨୬ଟି ଟେଷ୍ଟ ହୋଇଛି । ସେହିପରି ଭାରତରେ ମୋଟ ୧୦୨.୯୪ କୋଟି ଡୋଜ ଟିକା ଦିଆସରିଛି ।

@ANI

ABOUT THE AUTHOR

...view details