ନୂଆଦିଲ୍ଲୀ:ଭାରତରେ ସ୍ଥିର ରହିଛି ମହାମାରୀ । ପ୍ରତ୍ୟେହ ୧୫ ହଜାର ତଳକୁ ଖସୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧, ୯୧୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଗୋଟିଏ ଦିନରେ ୧୧,୨୪୨ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂଆ ସଂକ୍ରମିତ ଚିହ୍ନଟ ପରେ ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା ୧,୨୮,୭୬୨କୁ ବୃଦ୍ଧି ପାଇଛି । ସେହିପରି ଗୋଟିଏ ଦିନରେ ୪୭୦ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
INDIA CORONA: ୧୧୯୧୯ ନୂଆ ସଂକ୍ରମିତ, ୪୭୦ ମୃତ - corona update
ଗତ ୨୪ ଘଣ୍ଟା ମଧ୍ୟରେ ୧୧, ୯୧୯ ନୂଆ ସଂକ୍ରମିତ । ୪୭୦ ଆକ୍ରାନ୍ତ ମୃତ । ଅଧିକ ପଢନ୍ତୁ
INDIA CORONA: ୧୧,୯୧୯ ନୂଆ ସଂକ୍ରମିତ
୨୪ ଘଣ୍ଟାରେ ଦେଶରୁ ୧୧,୨୪୨ ଜଣ ସୁସ୍ଥ ହେବା ପରେ ବର୍ତ୍ତମାନ ସୁସ୍ଥହାର ୯୮.୨୮ ପ୍ରତିଶତ ହୋଇଛି । ଏଥିସହ ଭାରତରେ ମୋଟ ସୁସ୍ଥସଂଖ୍ୟା ୩,୩୮,୮୫, ୧୩୨କୁ ବୃଦ୍ଧି ପାଇଛି । ସେହିପରି ବର୍ତ୍ତମାନ ଦୈନିକ ପଜିଟିଭ ରେଟ୍ ୨ ପ୍ରତିଶତ ତଳେ ରହୁଛି । ଅନ୍ୟପଟେ ଯଥାଶୀଘ୍ର ସମସ୍ତ ନାଗରିକଙ୍କ ସମ୍ପୂର୍ଣ୍ଣ ଟୀକାକରଣ ପାଇଁ ତତ୍ପର ହେଉଛନ୍ତି ସରକାର । ବର୍ତ୍ତମାନ ସୁଦ୍ଧା ଭାରତର ଟୀକାକରଣ ୧୧୪.୪୬ କୋଟିରେ ପହଞ୍ଚିଛି । ଏଯାବତ୍ ମୋଟ ୬୨.୮୨ କୋଟି ନମୂନା ପରୀକ୍ଷା ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ