ନୂଆଦିଲ୍ଲୀ:ଦେଶରେ କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ଚିହ୍ନଟ ହେଲେ 11,850 ନୂଆ ସଂକ୍ରମିତ । ସେହିପରି ଗୋଟିଏ ଦିନରେ ପୁଣି 555 ମୁଣ୍ଡ ନେଇଛି କୋରୋନା ମହାମାରୀ । ଗୋଟିଏପଟେ ସଂକ୍ରମଣ କରୁଥିଲେ ମଧ୍ୟ ମୃତ୍ୟୁସଂଖ୍ୟା କିନ୍ତୁ କମିବାର ନାଁ ଧରୁନି ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା ଭାରତରେ ମୋଟ 3,44,26,036ଟି ପଜିଟିଭ ମାମଲା ଚିହ୍ନଟ ହୋଇଛି । ସଂକ୍ରମଣ କମିବା ସହ ସୁଦ୍ଧା ସଂଖ୍ୟାରେ ବୃଦ୍ଧି ଯୋଗୁଁ ଏବେ ଦେଶରେ ସକ୍ରିୟ ମାମଲା 1,36,308କୁ ଖସି ଆସିଛି । ଯାହାକି ୨୪୭ ଦିନ ମଧ୍ୟରେ ସର୍ବନିମ୍ନ । ସେହିପରି ପୁଣି 555 ଜଣ ସଂକ୍ରମିତଙ୍କ ମୃତ୍ୟୁ ସହ ମୋଟ କୋରୋନା ଜନିତ ମୃତ୍ୟୁସଂଖ୍ୟା 4,63,245ରେ ପହଞ୍ଚିଛି ।