ନୂଆଦିଲ୍ଲୀ: ଭାରତରେ କୋରୋନା ବିସ୍ଫୋରଣ । ଦିନକରେ ଲକ୍ଷେ ପାର୍ କଲା ସଂକ୍ରମଣ ମାମଲା । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1,17,100 ନୂଆ ପଜିଟିଭ ମାମଲା ଚିହ୍ନଟ ହୋଇଛି । ଗୋଟିଏ ଦିନରେ 30,836 ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ 302 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ ।
ବର୍ତ୍ତମାନ ଭାରତରେ ପଜିଟିଭ ହାର 7.74% ରହିଛି । ନୂଆ ସଂକ୍ରମଣ ମାମଲାକୁ ମିଶାଇ ଦେଶରେ ସକ୍ରିୟ ମାମଲା 3,71,363କୁ ବୃଦ୍ଧି ପାଇଛି । ସେହିପରି ଏବେ ସୁଦ୍ଧା ସମୁଦାୟ 3,43,71,845 ଜଣ ସୁସ୍ଥ ହୋଇଛନ୍ତି ଏବଂ 4,83,178 ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମହାମାରୀ ପ୍ରସାର ମଧ୍ୟରେ ବି ଦେଶରେ ଟୀକାକରଣ ଜୋରଦାର୍ ଚାଲିଛି । ଜାନୁଆରୀରୁ କିଶୋର-କିଶୋରୀଙ୍କ ଟୀକାକରଣ ଆରମ୍ଭ ହୋଇଯାଇଥିବାବେଳେ ଦେଶରେ ଏ ଯାଏଁ ମୋଟ 149.66 ଡୋଜ୍ ଟିକା ଦିଆଯାଇଛି ।