ଓଡିଶା

odisha

ETV Bharat / bharat

INDIA CORONA: ଦିନକରେ 10,197 ନୂଆ ସଂକ୍ରମିତ, 301 ମୃତ - ଦୈନିକ ମୃତ୍ୟୁ

କମୁଛି ଦେଶର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 10 ହଜାର 197 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 301 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଅଧିକ ପଢନ୍ତୁ...

INDIA CORONA: ଦିନକରେ 10,197 ନୂଆ ସଂକ୍ରମିତ, 301 ମୃତ
INDIA CORONA: ଦିନକରେ 10,197 ନୂଆ ସଂକ୍ରମିତ, 301 ମୃତ

By

Published : Nov 17, 2021, 10:53 AM IST

ନୂଆଦିଲ୍ଲୀ: କମୁଛି ଦେଶର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 10 ହଜାର 197 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 301 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏପଟେ ପଜିଟିଭ ମାମଲା କମିବା ସହ ସୁସ୍ଥ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗୋଟିଏ ଦିନରେ ଦେଶରୁ ମୋଟ 12 ହଜାର 134 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 44 ଲକ୍ଷ 66 ହଜାର 598ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 64 ହଜାର 153ରେ ପହଞ୍ଚିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଦିନକ ମଧ୍ୟରେ 12 ହଜାର 134 ଜଣ ସୁସ୍ଥ ହୋଇଛନ୍ତି । ଫଳରେ ଦେଶରେ ସୁସ୍ଥହାର 98.28 ପ୍ରତିଶତରେ ପହଞ୍ଚିଛି। ସେହିପରି ଦେଶରେ ମୋଟ 1 ଲକ୍ଷ 28 ହଜାର 555 ଟି ସକ୍ରିୟ ମାମଲା ରହିଛି, ଯାହାକି 527 ଦିନ ମଧ୍ୟରେ ସର୍ବନିମ୍ନ ଅଟେ ।

@ANI

ABOUT THE AUTHOR

...view details