ନୂଆଦିଲ୍ଲୀ: ଦେଶରେ ଲଗାତାର କମୁଛି ସଂକ୍ରମଣ । କିଛି ଦିନ ହେଲା ଦୈନିକ ପଜିଟିଭ ମାମଲା ୨ ହଜାର ତଳେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 1,259 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India reports 1,259 fresh covid cases) । ସଂକ୍ରମଣ କମିବା ସହ ମୃତ୍ୟୁସଂଖ୍ୟା ମଧ୍ୟ ଏବେ ହ୍ରାସ ପାଇଛି । ଦିନକରେ ଦେଶରେ 35 ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ରେକର୍ଡ ହୋଇଛି ଏବଂ 1,705 ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
India Corona: ତଳମୁହାଁ ମହାମାରୀ, ଦିନକରେ 1259 ନୂଆ ସଂକ୍ରମିତ - ଭାରତ କୋରୋନା ରିପୋର୍ଟ
ଦେଶରେ ଲଗାତାର କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ମାତ୍ର 1,259 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ
India Corona: ତଳମୁହାଁ ମହାମାରୀ, ଦିନକରେ 1259 ନୂଆ ସଂକ୍ରମିତ
ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ସକ୍ରିୟ ମାମଲା ଏବେ ୧୫ ହଜାରକୁ ଖସି ଆସିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ 15,378 ଜଣ ସଂକ୍ରମିତ ରହିଛନ୍ତି । ଏଯାବତ୍ ଭାରତରେ ମୋଟ 4,24,85,534 ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ 5,21,070 ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଛି । ସେହିପରି ଦେଶବ୍ୟାପୀ ସମୁଦାୟ 1,83,53,90,499 କୋଟି ଡୋଜ୍ ଟୀକାକରଣ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ