ନୂଆଦିଲ୍ଲୀ:ଦେଶରେ ଦିନକୁ ଦିନ ଖସୁଛି ସଂକ୍ରମଣ । ଦେଶରେ ଗତ ୨୪ ଘଣ୍ଟାରେ ୩୫ ହଜାର ୪୯୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୪୭ ଜଣଙ୍କର ଜୀବନ ନେଇଛି କିଲର ଭାଇରସ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି ।
ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 କୋଟି 19 ଲକ୍ଷ 69 ହଜାର 954କୁ ବୃଦ୍ଧି ହୋଇଛି । ଏହାସହ ମୃତ୍ୟୁ ସଂଖ୍ୟା 4 ଲକ୍ଷ 28 ହଜାର 309କୁ ଛୁଇଁଛି । 4 ଲକ୍ଷ 2 ହଜାର 188 ସକ୍ରିୟ ମାମଲା ରହିଛି ।