ନୂଆଦିଲ୍ଲୀ: ପ୍ରଥମ, ଦ୍ବିତୀୟ ପରେ ଏବେ କୋରୋନା ମହାମାରୀର ତୃତୀୟ ଲହରର ମୁକାବିଲା କରିବା ପାଇଁ ପ୍ରୟାସ ଆରମ୍ଭ କରି ଦେଇଛନ୍ତି ସରକାର। ଏପଟେ କିନ୍ତୁ ଦେଶରେ ଥମିବାର ନାଁ ଧରୁନି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 31 ହଜାର 222 ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହିତ ୨90 ଜଣଙ୍କ ମୃତ୍ୟୁ ହୋଇଛି ଏବଂ 42 ହଜାର 942 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି ।
ଏପଟେ ନୂଆ ସଂକ୍ରମଣଙ୍କୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 3 କୋଟି 30 ଲକ୍ଷ 58 ହଜାର 843କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁସଂଖ୍ୟା 4 ଲକ୍ଷ 41 ହଜାର 042ରେ ପହଞ୍ଚିଛି । ଏତଦ୍ ବ୍ୟତୀତ ଏବେ ଦେଶରେ 3 ଲକ୍ଷ 92 ହଜାର 864ଟି ସକ୍ରିୟ ମାମଲା ରହିଛି ।