ନୂଆଦିଲ୍ଲୀ: ଦେଶରେ କୋରୋନା ମାମଲାରେ ହ୍ରାସ ବୃଦ୍ଧି ଲାଗି ରହିଥିବା ବେଳେ ବିଗତ କିଛି ଦିନ ଧରି ୪୦ ହଜାରରୁ ଉର୍ଦ୍ଧ୍ବ ମାମଲା ଚିହ୍ନଟ ହେଉଥିଲା । ଏହା ମଧ୍ୟରେ ଗତ ୨୪ ଘଣ୍ଟାରେ ମାମଲାରେ ହ୍ରାସ ଘଟି 30 ହଜାର 941 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୫୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ 36 ହଜାର 275 ଜଣ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି ।
ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ପଜିଟିଭ ସଂଖ୍ୟା ୩ କୋଟି ୨୭ ଲକ୍ଷ ୬୮ ହଜାର ୮୮୦ କୁ ଛୁଇଁଛି । ସେଥି ମଧ୍ୟରୁ ମୋଟ ୩ କୋଟି ୧୯ ଲକ୍ଷ ୫୯ ହଜାର ୬୮୦ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୩ ଲକ୍ଷ ୭୦ ହଜାର ୬୪୦ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୩୮ ହଜାର ୫୬୦ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।