ଓଡିଶା

odisha

ଦୈନିକ ମୃତ୍ୟୁ ସଂଖ୍ୟାରେ ରେକର୍ଡ ଭାଙ୍ଗିଲା କୋରୋନା, ଗତ 24 ଘଣ୍ଟାରେ 4529 ମୃତ

By

Published : May 19, 2021, 10:53 AM IST

ବିଗତ କିଛି ଦିନ ହେବ ଦେଶରେ କୋରୋନା ଭୂତାଣୁର ନୂଆ ମାମଲାରେ ହ୍ରାସ ଦେଖାଦେଇଥିବା ବେଳେ ଆଜି ଏଥିରେ ସାମାନ୍ୟ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି । ଏପଟେ ମୃତ୍ୟୁରେ ଲାଗୁନି ବ୍ରେକ୍ । ଗତ 24 ଘଣ୍ଟାରେ ଦେଶରେ ୨ ଲକ୍ଷ ୬୭ ହଜାର 334 କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୫୨୯ ଜଣଙ୍କ ହୋଇଛି ମୃତ୍ୟୁ । ଅଧିକ ପଢନ୍ତୁ...

ଦୈନିକ ମୃତ୍ୟୁ ସଂଖ୍ୟାରେ ରେକର୍ଡ ଭାଙ୍ଗିଲା କୋରୋନା, ଗତ 24 ଘଣ୍ଟାରେ 4529 ମୃତ
ଦୈନିକ ମୃତ୍ୟୁ ସଂଖ୍ୟାରେ ରେକର୍ଡ ଭାଙ୍ଗିଲା କୋରୋନା, ଗତ 24 ଘଣ୍ଟାରେ 4529 ମୃତ

ନୂଆଦିଲ୍ଲୀ: ସାରା ଦେଶରେ ତାଣ୍ଡବ କରୁଛି କୋରୋନା ମହାମାରୀ । ବିଗତ କିଛି ଦିନ ହେବ ଦେଶରେ କୋରୋନା ଭୂତାଣୁର ନୂଆ ମାମଲାରେ ହ୍ରାସ ଦେଖାଦେଇଥିବା ବେଳେ ଆଜି ଏଥିରେ ସାମାନ୍ୟ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି ।

ଏପଟେ ମୃତ୍ୟୁରେ ଲାଗୁନି ବ୍ରେକ୍ । ଗତ 24 ଘଣ୍ଟାରେ ଦେଶରେ ୨ ଲକ୍ଷ ୬୭ ହଜାର 334 କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୫୨୯ ଜଣଙ୍କ ହୋଇଛି ମୃତ୍ୟୁ । ଯାହାକି ସର୍ବାଧିକ । ତେବେ ଏହାକୁ ମିଶାଇ ଦେଶରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 2 କୋଟି 54 ଲକ୍ଷ 96 ହଜାର 330ରେ ପହଞ୍ଚିଛି ଏବଂ 2 ଲକ୍ଷ 83 ହଜାର 248 ଜଣଙ୍କ ଏଯାବତ୍ ମୃତ୍ୟୁ ହୋଇଛି ।

ସେହିପରି ଗତ 24 ଘଣ୍ଟାରେ 3 ଲକ୍ଷ 89 ହଜାର 851 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 32 ଲକ୍ଷ 26 ହଜାର 719 ଟି ଏବେ ଆକ୍ଟିଭ କେସ୍ ରହିଛି । ଏପଟେ ଦେଶରେ ଟୀକାକରଣ ମଧ୍ୟ ଜାରି ରହିଛି । ରିପୋର୍ଟ ମୁତାବିକ ଏଯାବତ୍ 18 କୋଟି 58 ଲକ୍ଷ 9 ହଜାର 302 ଜଣ ଟିକା ନେଇ ସାରିଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

@ANI

ABOUT THE AUTHOR

...view details