ନୂଆଦିଲ୍ଲୀ:ଦେଶରେ ହୁହୁ ହୋଇ ବଢିଲା ଦୈନିକ ସଂକ୍ରମଣ । ଗତ କିଛି ଦିନ ଧରି ସଂକ୍ରମଣ ମାମଲା ୫ରୁ ୬ ହଜାର ଭିତରେ ରହୁଥିବା ବେଳେ ଆଜି ପୁଣି ଲମ୍ବ ଡିଆଁ ମାରିଛି । ଗୋଟିଏ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ଦେଶରେ ଦୈନିକ ସଂକ୍ରମଣ ମାମଲା ୧୦ ହଜାର ୧୫୮ ରେକର୍ଡ କରାଯାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଯାହାକି ଚଳିତ ବର୍ଷର ସର୍ବାଧିକ ସଂକ୍ରମଣ । ଦେଶରେ ସଂକ୍ରମଣ ମାମଲା ଦୃତଗତିରେ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାରଙ୍କ ଚିନ୍ତାର ବିଷୟ ପାଲଟିଛି ।
ଆଜି ଦେଶରେ ୧୦ ହଜାର ୧୫୮ଜଣ ସଂକ୍ରମିତଙ୍କୁ ମିଶାଇ ଦେଶରେ ଆକ୍ଟିଭ ସଂଖ୍ୟା ୪୪ହଜାର ୯୯୮କୁ ବୃଦ୍ଧି ପାଇଛି । ଗତକାଲି ଏହି ସଂକ୍ରମଣ ମାମଲା ୮ ହଜାର ରହିଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଆଜି ୩୦ ପ୍ରତିଶତ ବୃଦ୍ଧି ପାଇଛି । ଆଜି ଯାଏଁ ଦେଶର ମୋଟ ଜନସଂଖ୍ୟାର ୪କୋଟି ୪୨ ଲକ୍ଷ ୧୦ ହଜାର ୧୨୭ଜଣ କୋରୋନା ଆକ୍ରାନ୍ତ ହୋଇସାରିଛନ୍ତି ।
ତେବେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଦୈନିକ ସଂକ୍ରମଣ ହାର ବୃଦ୍ଧି ପାଇ ୪.୪୨ରେ ପହଞ୍ଚିଛି । ମୋଟ ୧୧୨୧୦୧୨୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ ସଂକ୍ରମିତମାନେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏଯାବତ ୫୩୧୦୩୫ଜଣଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି । ତେବେ ଗତ ୨୪ ଘଣ୍ଟାରେ ୩୨୭ଜଣ କୋରୋନା ଟିକା ନେଇଛନ୍ତି । ମୋଟ ଟିକା ନେଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୨୦ କୋଟି ୬୬ ଲକ୍ଷରୁ ଊର୍ଦ୍ଧ୍ବ ରହିଛି ।