ଓଡିଶା

odisha

ETV Bharat / bharat

ଭାରତକୁ 200 ଅକ୍ସିଜେନ କନସେନଟ୍ରେଟର ପଠାଇଲା ଇଣ୍ଡୋନେସିଆ

ବୁଧବାର ଦିଲ୍ଲୀ ବିମାନ ବନ୍ଦରରେ ଇଣ୍ଡୋନେସିଆରୁ 200 ଅକ୍ସିଜେନ କନସେନଟ୍ରେଟର ପହଞ୍ଚିଛି । ଅଧିକ ପଢନ୍ତୁ...

By

Published : May 13, 2021, 9:12 AM IST

200 ଅକ୍ସିଜେନ କନସେନଣ୍ଟ୍ରେଟର ଯୋଗାଇଲା ଇଣ୍ଡୋନେସିଆ
200 ଅକ୍ସିଜେନ କନସେନଣ୍ଟ୍ରେଟର ଯୋଗାଇଲା ଇଣ୍ଡୋନେସିଆ

ନୂଆଦିଲ୍ଲୀ:ମହାମାରୀ ବିରୁଦ୍ଧରେ ଭାରତର ଲଢେଇ ଜାରି ରହିଛି । ଯୁଦ୍ଧରେ ଭାରତକୁ ଅନେକ ଦେଶ ସହାୟତାର ହାତ ବଢାଇଛନ୍ତି । ବୁଧବାର ଦିଲ୍ଲୀ ବିମାନ ବନ୍ଦରରେ ଇଣ୍ଡୋନେସିଆରୁ 200 ଅକ୍ସିଜେନ କନସେନଟ୍ରେଟର ପହଞ୍ଚିଛି ।

ଆମର ବହୁ ପୁରୁଣା ସଭ୍ୟତା ଆହୁରି ମଜବୁତ ହୋଇଛି । ଆମର ବନ୍ଧୁତ୍ବପୂର୍ଣ୍ଣ ପଡ଼ୋଶୀ ଦେଶ ଇଣ୍ଡୋନେସିଆରୁ 200 ଅମ୍ଳଜାନ ଯୋଗାଣ ପଠାଣ ସ୍ବାଗତଯୋଗ୍ୟ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି ଟ୍ବିଟ କରି କହିଛନ୍ତି । ଏହା ପୂର୍ବରୁ ଇଣ୍ଡୋନେସିଆର ଜାର୍କାତ୍ତାରୁ ଚାରୋଟି କ୍ରିୟୋଜେନିକ ଅକ୍ସିଜେନ କଣ୍ଟେନର ଆସିଥିଲା ।

ଏହା ସହିତ ଜର୍ମାନୀରୁ ବୁଧବାର ଦିନ 40ଟନ ଅମ୍ଳଜାନ ଭାରତରେ ପହଞ୍ଚିଛି ବୋଲି ସୂଚନା ଦେଇଛନ୍ତି ଫ୍ରନ୍ସ ରାଷ୍ଟ୍ରଦୂତ ଇମାନୁଏଲ ମାକ୍ରମ । ଫ୍ରାନ୍ସ ଏୟାର ଲିକ୍ୟୁଡ ପକ୍ଷରୁ 40ଟନ ଅମ୍ଳଜାନ ଦ୍ବିତୀୟ ଥର ପାଇଁ ଭାରତକୁ ପଠାଯାଇଛି ବୋଲି ଟ୍ବିଟ କରି କହିଛନ୍ତି ଇମାନୁଏଲ ।

ଭାରତରେ ଦିନକୁ ଦିନ କୋଭିଡର ନୂଆ ନୂଆ ମାମଲା ଆସୁଛି । ଏ ଘଡିସନ୍ଧୀ ମୂହୁର୍ତ୍ତରେ ଭାରତକୁ ବିଶ୍ବସ୍ତରରେ ସହାୟତାର ଆବଶ୍ୟକ ରହିଛି । ଅନେକ ଦେଶ ମଧ୍ୟ ସହାୟତାର ହାତ ବଢାଇଛି । ଅନେକ ଦେଶ ଭାରତକୁ ପିପିଇ କିଟ, ମେଡିକାଲ ଉପକରଣ, ଅକ୍ସିଜେନ ସିଲିଣ୍ଡର ଆଦି ଯୋଗାଣ ଜାରି ରଖିଛନ୍ତି । ବ୍ରିଟେନ, ଆମେରିକା ଓ ଜର୍ମାନୀ ଭାରତକୁ ପାରୁ ପର୍ଯ୍ୟନ୍ତ ସହାୟତା ଯୋଗାଇବାକୁ ଘୋଷଣା କରିଛନ୍ତି ।

@ANI

ABOUT THE AUTHOR

...view details