ଅଟାୱା:ବିଦେଶରେ ଭାରତୀୟଙ୍କୁ ଦାୟିତ୍ବ । ଭାରତୀୟ ବଂଶୋଦ୍ଭବ ଅନିତା ଆନନ୍ଦ କାନାଡାର ନୂଆ ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବାପରେ ଅନିତା ଆନନ୍ଦ ପ୍ରତିରକ୍ଷା ମନ୍ତ୍ରୀ ହୋଇଛନ୍ତି । କାନାଡାରେ ଦୀର୍ଘ ଦିନ ଧରି ଅନ୍ୟଜଣେ ଭାରତୀୟ ବଂଶୋଦ୍ଭବ ହରଜିତ ସଜ୍ଜନଙ୍କ ସ୍ଥାନରେ ଅନିତା ଏହି ନୂଆ ଦାୟିତ୍ବ ନେଇଛନ୍ତି ।
ଅନ୍ୟପକ୍ଷେ ସଜ୍ଜନ ଅନ୍ତର୍ଜାତୀୟ ବିକାଶ ପରିଷଦ ସଂସ୍ଥାରେ ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଛନ୍ତି । କାନାଡାର ନୂଆ କ୍ୟାବିନେଟରେ ୩୮ଜଣ ସଦସ୍ୟ ରହିଛନ୍ତି । ଅଧା ସଦସ୍ୟ ମହିଳା । ଅନିତା ଆନନ୍ଦ ଦ୍ବିତୀୟ ମହିଳା ଭାବରେ କାନାଡାର ପ୍ରତିରକ୍ଷା ମନ୍ତ୍ରୀ ହୋଇଛନ୍ତି । ଏହି ପଦ ପାଇ ପ୍ରତିରକ୍ଷା ଶିଳ୍ପ ବିଶେଷଜ୍ଞଙ୍କ ମଧ୍ୟରେ ୮୪ ବର୍ଷୀୟ ଅନୀତା ଜଣ ପ୍ରମୁଖ ପ୍ରତିଦ୍ବନ୍ଦୀ ଥିଲେ ।