ଓଡିଶା

odisha

ETV Bharat / bharat

ଡାକ୍ତର ଫାଉଚିଙ୍କ ବୟାନ, ଭୁଲ ଧାରଣାରୁ ସଂକଟର ସାମ୍ନା କରୁଛି ଭାରତ

ଭାରତରେ କୋଭିଡ ପରିଚାଳନାକୁ ନେଇ ବଡ ବୟାନ ଦେଇଛନ୍ତି ଆମେରିକାର ବରିଷ୍ଠ ସଂକ୍ରମଣ ରୋଗ ବିଶେଷଜ୍ଞ ଏନ୍ଥନୀ ଫାଉଚି । ଅଧିକ ପଢନ୍ତୁ...

ଡାକ୍ତର ଫାଉଚିଙ୍କ ବୟାନ, ଭୁଲ ଧାରଣାରୁ ସଂକଟର ସାମ୍ନା କରୁଛି ଭାରତ
ଡାକ୍ତର ଫାଉଚିଙ୍କ ବୟାନ, ଭୁଲ ଧାରଣାରୁ ସଂକଟର ସାମ୍ନା କରୁଛି ଭାରତ

By

Published : May 12, 2021, 5:21 PM IST

ନୂଆଦିଲ୍ଲୀ: ଭାରତରେ ଏବେ ମହାମାରୀ କୋରୋନାର ଭୟାବହ ସ୍ଥିତି । ବଢିଚାଲିଛି ସଂକ୍ରମଣ । ରେକର୍ଡ ଭାଙ୍ଗୁଛି ଦୈନିକ ମୃତ୍ୟୁ ସଂଖ୍ୟା । ଏହାରି ମଧ୍ୟରେ ଭାରତରେ କୋଭିଡ ପରିଚାଳନାକୁ ନେଇ ବଡ ବୟାନ ଦେଇଛନ୍ତି ଆମେରିକାର ବରିଷ୍ଠ ସଂକ୍ରମଣ ରୋଗ ବିଶେଷଜ୍ଞ ଏନ୍ଥନୀ ଫାଉଚି ।

ଏନ୍ଥନୀ ଫାଉଚି କହିଛନ୍ତି, କୋରୋନା ମହାମାରୀର ପ୍ରକୋପ ସମାପ୍ତ ହୋଇଯାଇଥିବା ନେଇ ଭାରତର ଥିଲା ଭୁଲ ଧାରଣା । ସମୟ ପୂର୍ବରୁ ଲକାଡାଉନ ଉଠାଇଦେଇଥିଲା ଭାରତ । ଏହି କାରଣରୁ ଗମ୍ଭୀର ସଙ୍କଟ ମଧ୍ୟରେ ଫସିଯାଇଛି ଦେଶ ।

କୋରୋନା ଭାଇରସର ଦ୍ବିତୀୟ ଲହରୀ ଯୋଗୁଁ ଭାରତ ଗୁରୁତର ପ୍ରଭାବିତ ହୋଇଛି । ଅନେକ ରାଜ୍ୟ ହସ୍ପିଟାଲ, ସ୍ବାସ୍ଥ୍ୟକର୍ମୀ, ଟିକା, ଅକ୍ସିଜେନ, ଔଷଧକୁ ନେଇ ସଂଘର୍ଷ କରୁଛି ଭାରତ ।

ମଙ୍ଗଳବାର କୋରୋନା ମାମଲାରେ ଏକ ଶୁଣାଣି ବେଳେ ଫାଉଚି ସିନେଟର ସ୍ୱାସ୍ଥ୍ୟ, ଶିକ୍ଷା, ଶ୍ରମ ଏବଂ ପେନସନ କମିଟିକୁ କହିଛନ୍ତି, ଭାରତରେ ଯେଉଁ ଗୁରୁତର ସଙ୍କଟ ଦେଖାଦେଇଛି, ମାମଲା ବଢୁଛି, ଏହାର କାରଣ କୋରୋନା ସମାପ୍ତିର ଭୁଲ ଧାରଣା । ମହାମାରୀ ଶେଷ ହୋଇଗଲା ବୋଲି ଭାବି ସମୟ ପୂର୍ବରୁ ଲକଡାଉନ ଉଠାଇବା ପରେ ଏବଂ ବର୍ତ୍ତମାନ ଏଠାରେ ଏପରି ଗମ୍ଭୀର ସ୍ଥିତି ଦେଖାଦେଇଛି । ଏହା କେତେ ବିନାଶକାରୀ ତାହା ଆମେ ସମସ୍ତେ ଅବଗତ ଅଛନ୍ତି ।

ABOUT THE AUTHOR

...view details