ଓଡିଶା

odisha

ETV Bharat / bharat

ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ବୟାନକୁ ଭାରତର ବିରୋଧ - ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ଭାରତର ବିରୋଧ

ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲୀ ସିଏନ ଲୁଂଗ ବୁଧବାର ପାର୍ଲାମେଣ୍ଟରେ ଦେଇଥିବା ମନ୍ତବ୍ୟକୁ ବିରୋଧ କରିଛି ଭାରତ । ଏଥିପାଇଁ ଭାରତରେ ଅବସ୍ଥାପିତ ସିଙ୍ଗାପୁର ରାଜଦୂତଙ୍କୁ ସମନ ଜାରି କରାଯାଇଛି । ଅଧିକ ପଢନ୍ତୁ

ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ଭାରତର ବିରୋଧ
ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ଭାରତର ବିରୋଧ

By

Published : Feb 18, 2022, 9:43 AM IST

ନୂଆଦିଲ୍ଲୀ: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲୀ ସିଏନ ଲୁଂଗ ବୁଧବାର ପାର୍ଲାମେଣ୍ଟରେ ଦେଇଥିବା ମନ୍ତବ୍ୟକୁ ବିରୋଧ କରିଛି ଭାରତ । ଏଥିପାଇଁ ଭାରତରେ ଅବସ୍ଥାପିତ ସିଙ୍ଗାପୁର ରାଜଦୂତଙ୍କୁ ସମନ ଜାରି କରାଯାଇଛି । ଭାରତର ସାଂସଦମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକଙ୍କ ନାମରେ ଅପରାଧିକ ମାମଲା ରହିଛି ବୋଲି ଲୁଂଗ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ ।

ଗଣତନ୍ତ୍ର କିଭଳି କାର୍ଯ୍ୟ କରିବା ଉଚିତ ସେହି ସମ୍ପର୍କରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ସଂସଦରେ ନେହେରୁଙ୍କ ପ୍ରଶଂସା କରି(Singapore's PM Has Praised Nehru) କହିଥିଲେ, ଅଧିକାଂଶ ଦେଶର ମୂଳଦୁଆ ଉଚ୍ଚ ଆଦର୍ଶ ଏବଂ ମହାନ ମୂଲ୍ୟବୋଧରେ ହୋଇଥାଏ । ସ୍ୱାଧୀନତା ପାଇଁ ଲଢେଇ କରିଥିବା ନେତା ସାହାସୀ, ମହାନ ସଂସ୍କୃତି ଏବଂ ଉକୃଷ୍ଠ ଦକ୍ଷତା ଥିବା ଅସାଧାରଣ ବ୍ୟକ୍ତି । କଠିନ ପରିସ୍ଥିତକୁ ପାର କରି ରାଷ୍ଟ୍ରନେତା ହୋଇଥାନ୍ତି ।

ସିଙ୍ଗାପୁର ପାର୍ଲାମେଣ୍ଟକୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଲୁଂଗ କହିଥିଲେ ଯେ, ନେହେରୁଙ୍କ ଭାରତ ଏପରି ଏକ ଭାରତ ହୋଇଛି, ଯେଉଁଠି ଲୋକସଭାର ପ୍ରାୟ ଅଧା ସାଂସଦଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରହିଛି । ଯେଉଁଥିରେ ଦୁଷ୍କର୍ମ ଏବଂ ହତ୍ୟା ପରି ଗମ୍ଭୀର ମାମଲା ରହିଛି । ଏଥି ମଧ୍ୟରୁ ଅଧିକାଂଶ ମାମଲା ରାଜନୀତି ସହ ଜଡିତ ଅଟେ । ତେବେ ଲୁଂଗଙ୍କ ଏଭଳି ବୟାନକୁ ନେଇ ଭାରତ କଡା ପ୍ରତିକ୍ରିୟା ପ୍ରକାଶ କରିଛି । ଏଭଳି ବୟାନ ଗ୍ରହଣଯୋଗ୍ୟ ନୁହେଁ ବୋଲି ଭାରତ କହିଛି । ଏହାକୁ ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସିଙ୍ଗାପୁର ହାଇକମିଶନରଙ୍କୁ ସମନ ଜାରିକରାଯାଇଛି ।

For All Latest Updates

ABOUT THE AUTHOR

...view details