ଓଡିଶା

odisha

By

Published : Jun 13, 2021, 7:47 PM IST

ETV Bharat / bharat

କଂଗ୍ରେସର ନେତୃତ୍ବ ସଙ୍କଟରେ ପ୍ରଶ୍ନ ଉଠାଇଲେ ସିବଲ

ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ରବିବାର ଦଳର ନେତୃତ୍ବ ଉପରେ ପ୍ରଶ୍ନଚିହ୍ନ ଛିଡା କରିଛନ୍ତି । ଦେଶକୁ ମଜବୁତ, ବିଶ୍ବସନୀୟ ବିରୋଧୀର ଆବଶ୍ୟକତା ରହିଥିବା କହିଛନ୍ତି ସିବଲ । ଅଧିକ ପଢନ୍ତୁ...

କଂଗ୍ରେସର ନେତୃତ୍ବ ସଙ୍କଟ ଉପରେ ପ୍ରଶ୍ନ ଉଠାଇଲେ ସିବଲ
କଂଗ୍ରେସର ନେତୃତ୍ବ ସଙ୍କଟ ଉପରେ ପ୍ରଶ୍ନ ଉଠାଇଲେ ସିବଲ

ନୂଆଦିଲ୍ଲୀ: ରାଜନୈତିକ ସଙ୍କଟର କ୍ରମାଗତ ସାମ୍ନା କରୁଛି ଭାରତୀୟ ଜାତୀୟ କଂଗ୍ରେସ । ଜଣେ ପରେ ଜଣେ ନେତା ହାତ ଛାଡି ହାଇକମାଣ୍ଡଙ୍କୁ ଦେଉଛନ୍ତି ଝଟକା । ଏହାରି ମଧ୍ୟରେ ଦଳରେ ପୁଣି ନେତୃତ୍ବ ସଙ୍କଟକୁ ନେଇ ଉଠିଛି ପ୍ରଶ୍ନ ।

ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ରବିବାର ଦଳର ନେତୃତ୍ବ ଉପରେ ପ୍ରଶ୍ନ ଛିହ୍ନ ଛିଡା କରିଛନ୍ତି । ସିବଲ ସ୍ବୀକାର କରିଛନ୍ତି ବର୍ତ୍ତମାନ ବିଜେପି ପାଇଁ କୌଣସି ମଜବୁତ ରାଜନୈତିକ ବିକଳ୍ପ ନାହିଁ । ହେଲେ ଏହା ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ କରିବାର ନୈତିକ ଅଧିକାର ହରାଇଛନ୍ତି । ଆଉ ଏଭଳି ସ୍ଥିତିରେ କଂଗ୍ରେସ ବିକଳ୍ପ ହୋଇପାରେ ।

କପିଲ ସିବଲ କଂଗ୍ରେସ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ଦେଶରେ ରାଜନୈତିକ ବିକଳ୍ପର ତୃଟି ରହିଛି । ଦେଶକୁ ମଜବୁତ ବିଶ୍ବସନୀୟ ବିରୋଧୀର ଆବଶ୍ୟକତା ରହିଛି ।

ସିବଲ ଦଳୀୟ ସଂସ୍କାରର ଆବଶ୍ୟକତା ବିଷୟ ମଧ୍ୟ ଉଠାଇଛନ୍ତି । ସେ କହିଛନ୍ତି ଦଳକୁ ଦେଖିବା ଦରକାର ଯେ ଏହା ସକ୍ରିୟ ଆଉ ସାର୍ଥକ ରୂପେ କାର୍ଯ୍ୟ କରିବା ପାଇଁ ଇଚ୍ଛୁକ ।

କଂଗ୍ରେସ ନେତା କହିଛନ୍ତି ଭାରତକୁ ପୁନରୁତ୍ଥାନବାଦୀ କଂଗ୍ରେସର ଆବଶ୍ୟକତା ରହିଛି । ହେଲେ ଦଳକୁ ଦେଖିବା ଦରକାର ଯେ ଏହା ସକ୍ରିୟ ହୋଇ ଲୋକଙ୍କ ସହ ଯୋଡିହେବା ମୁଡରେ ରହିଛି କି ନାହିଁ ।

ସିବଲ ଆହୁରି ମଧ୍ୟ କହିଛନ୍ତି କଂଗ୍ରେସକୁ ତୁରନ୍ତ ସଙ୍ଗଠନାତ୍ମକ ନିର୍ବାଚନର ଆବଶ୍ୟକତା ରହିଛି । କେନ୍ଦ୍ର ଓ ରାଜ୍ୟ ସ୍ତରରେ ବ୍ୟାପକ ସୁଧାର ଜରୁରୀ ।

ABOUT THE AUTHOR

...view details