ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗର ଟ୍ବିଟର ଆକାଉଣ୍ଟକୁ ହ୍ୟାକ୍ର କିଛି ସମୟ ପରେ ପୁଣି ଥରେ କରାଯାଇଛି ରିଷ୍ଟୋର । ଏନେଇ ଆଇଏମଡି(IMD) ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି । ହ୍ୟାକ ପରେ ଏଥିରେ ଥିବା ପ୍ରୋଫାଇଲ୍ ଫଟୋ ମଧ୍ୟ ରିମୁଭ କରାଯାଇଥିବା ଦେଖିବାକୁ ମିଳିଥିଲା ।
ରିଷ୍ଟୋର ହେଲା IMD ଟ୍ବିଟର ଆକାଉଣ୍ଟ - ଭାରତୀୟ ପାଣିପାଗ ବିଭାଗର ଟ୍ବିଟର ଆକାଉଣ୍ଟ ହେଲା ରିଷ୍ଟୋର
ଭାରତୀୟ ପାଣିପାଗ ବିଭାଗର ଟ୍ବିଟର ଆକାଉଣ୍ଟକୁ ହ୍ୟାକ୍ର କିଛି ସମୟ ପରେ ପୁଣି ଥରେ କରାଯାଇଛି ରିଷ୍ଟୋର । ଏନେଇ ଆଇଏମଡି(IMD) ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ହ୍ୟାକ ପରେ ଏଥିରେ ଥିବା ପ୍ରୋଫାଇଲ୍ ଫଟୋ ମଧ୍ୟ ରିମୁଭ କରାଯାଇଥିବା ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ
ଏହି ଆକାଉଣ୍ଟକୁ ହ୍ୟାକ୍ କରି ହ୍ୟାକରମାନେ (ଏନଟିଏଫ) NFT ଟ୍ରେଣ୍ଡିଂ ଆରମ୍ଭ କରିଥିଲେ । ଏଥିରେ ଏକ ପିନ୍ ହୋଇଥିବା ମେସେଜ ଦେଖାଯାଇଥିଲା ଯାହା NFT ଟ୍ରେଣ୍ଡିଂ ସହ ଜଡିତ । ଏଥିରେ ଥିବା ମେସେଜରେ ଲେଖା ହୋଇଥିଲା ଯେ ବେଞ୍ଜ୍ ଅଫିସିଆଲ୍ କଲେକ୍ସନ୍ ରିଲିଜ ଅବସରରେ ଆମେ ଆଗାମୀ ୨ ଘଣ୍ଟା ପାଇଁ ସମ୍ପ୍ରଦାୟର ସମସ୍ତ ସକ୍ରିୟ NFT ବ୍ୟବସାୟୀଙ୍କ ପାଇଁ ଏକ ଏୟାରଡ୍ରପ୍ ଖୋଲିଛୁ ! ତେବେ, ଏ ପ୍ରୋଫାଇଲରେ (246.6k) ଫଲୋର୍ସ ରହିଛନ୍ତି । ତେବେ ଶନିବାର ଦିନ ପାଣିପାଗ ବିଭାଗର ଟ୍ବିଟର ହ୍ୟାଣ୍ତେଲ ହ୍ୟାକ୍ ହୋଇଥିଲା । ସେହିଦିନ ଆଇଏମଡି ପକ୍ଷରୁ ହୋଇଥିବା ଟ୍ବିଟ ଦୃଶ୍ୟମାନ ହୋଇ ନଥିବାରୁ ଆକାଉଣ୍ଟଟି ହ୍ୟାକ ହୋଇଥିବା ଜାଣିବାକୁ ପାଇଥିଲେ ବିଭାଗୀୟ କର୍ତ୍ତୃପକ୍ଷ ।
@ANI