ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଓ ଲକ୍ସେମବର୍ଗର ମଧ୍ୟରେ ବସିବାକୁ ଯାଉଛି ଭର୍ଚୁଆଲ ସମ୍ମିଳନୀ । ଦୀର୍ଘ ଦୁଇ ଦଶନ୍ଧି ପରେ ପ୍ରଥମ ଥର ଦୁଇ ଦେଶ ସାମ୍ନାସାମ୍ନି ହେବେ । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଲକ୍ସେମବର୍ଗ ପ୍ରଧାନମନ୍ତ୍ରୀ ମହାମହିମ ଜାଭିୟର ବେଟେଲଙ୍କ ଅଧ୍ୟକ୍ଷତାରେ ବସିବ ।
ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତ ଏବଂ ଲକ୍ସେମବର୍ଗ ମଧ୍ୟରେ ଏହା ପ୍ରଥମ ସମ୍ମିଳନୀ । ଉଭୟ ନେତା କୋଭିଡ ପରବର୍ତ୍ତୀ ବିଶ୍ବରେ ଭାରତ-ଲକ୍ସେମବର୍ଗ ସହଯୋଗକୁ ମଜବୁତ କରିବା ସହ ସମ୍ପର୍କ ସୁଦୃଢ କରିବା ନେଇ ଆଲୋଚନା କରିବେ । ପାରସ୍ପରିକ ସ୍ବାର୍ଥ ଥିବା ଅନ୍ତର୍ଜାତୀୟ ତଥା ବିଶ୍ବ ସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ସେମାନେ ମତ ବିନିୟମ କରିବେ ।