ନୂଆଦିଲ୍ଲୀ:ଦେଶରେ ତଳମୁହାଁ କୋରୋନା ଗ୍ରାଫ । ଲଗାତାର କିଛି ଦିନ ହେବ କୋରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ବର୍ତ୍ତମାନ ୧୦ ହଜାର ତଳେ ରହୁଛି ସଂକ୍ରମଣ ମାମଲା । ଗତ ୨୪ ଘଣ୍ଟାରେ ୯୩୫୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ଠାରୁ ସଂକ୍ରମିତଙ୍କ ସଂଖ୍ୟା ୨.୮ ପ୍ରତିଶତ ହ୍ରାସ ପାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଗତ ୨୪ ଘଣ୍ଟାରେ ଦେଶରେ ୯ ହଜାର ୩୫୫ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆଜିକୁ ମିଶାଇ ଦେଶରେ ମୋଟ ଆକ୍ଟିଭ ସଂଖ୍ୟା ୫୭ ହଜାର ୪୧୦ରେ ପହଞ୍ଚିଛି । ଏହାସହ ଦିନକରେ ୨୬ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୧ ହଜାର ୪୨୪ରେ ପହଞ୍ଚିଛି । ତେବେ ଦୈନିକ ପଜିଟିଭ ହାର ୪.୦୫ ପ୍ରତିଶତ ରହିଛି । ସାପ୍ତାହିକ ପଜିଟିଭ ହାର ୫.୩୬ ପ୍ରତିଶତ ରହିଛି ।
ଅନ୍ୟପଟେ କୋରୋନା ଆକ୍ରାନ୍ତଙ୍କ ସୁସ୍ଥତା ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମିତଙ୍କ ତୁଳନାରେ ସୁସ୍ଥତା ସଂଖ୍ୟା ବୃଦ୍ଧି ଏକ ପ୍ରକାର ଆଶ୍ବସ୍ତିକର ଖବର ଅଟେ । ଗତ ୨୪ ଘଣ୍ଟାରେ ୧୨ ହଜାର ୯୩୨ ଜଣ ସୁସ୍ଥ ହୋଇଛନ୍ତି । କୋରୋନା ସୁସ୍ଥତା ହାର ୯୮.୬୯ ପ୍ରତିଶତ ରହିଛି । ସେପଟେ କୋରୋନାକୁ ମାତ ଦେବା ପାଇଁ ଟେଷ୍ଟ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଉଛି । ଗତ ୨୪ ଘଣ୍ଟାରେ 2,29,175 ଜଣଙ୍କ କୋରୋନା ପରୀକ୍ଷା କରାଯାଇଛି । ସେମାନଙ୍କ ମଧ୍ୟରୁ ୯ ହଜାର ୩୫୫ ଜଣ ରିପୋର୍ଟ ପଜିଟିଭ ଆସିଛି । ଏଯାବତ ଦେଶରେ ମୋଟ ୨୨୦ କୋଟି ୬୬ ଲକ୍ଷ ୫୪ ହଜାର ୪୪୪ ଜଣଙ୍କୁ କୋରୋନା ଟିକା ଦିଆଯାଇଥିଲା । ଗତ ୨୪ ଘଣ୍ଟାରେ ୪ହଜାର ୩୫୮ଜଣ କୋରୋନା ଟିକା ନେଇଛନ୍ତି ।